ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ କୋଚ୍‌ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନଗୁଡିକରେ ମାତ୍ରାଧିକ ଅପେକ୍ଷା ସୂଚୀ ଏଡାଇବାକୁ ଏହି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ତେବେ ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗଚ୍ଛିି-ପୁରୀ ସ୍ପେଶାଲ, ପୁରୀ-ଶାଲିମାର-ପୁରୀ ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡା-ଟାଟା-କାଚେଗୁଡା, ସନ୍ତରାଗଛି-ଚେନ୍ନାଇ-ସନ୍ତରାଗଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର ଓ ହବିବ୍‌ଗଞ୍ଜ-ପୁରୀ-ହବିବ୍‌ଗଞ୍ଜ।

ପୁରୀ-ସନ୍ତ୍ରାଗଚ୍ଛି-ପୁରୀ ଟ୍ରେନ୍‌ (୦୮୪୦୩/୦୮୪୦୪) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ପୁରୀରୁ ରାତି ୯ଟା ୨୫ରେ ଛାଡ଼ିବ। ଏହି ତାରିଖ ମଧ୍ୟରେ ପୁରୀ-ଶାଲିମାର-ପୁରୀ ଟ୍ରେନ୍‌ (୦୮୦୩୭/୦୮୦୩୮) ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶନିବାର ୧୧ଟା ୫୫ରେ ପୁରୀରୁ ଛାଡ଼ିବ। ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଏସି ଟ୍ରେନ ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଅପରାହ୍ନ ୧ଟା ୨୦ରେ ଛାଡିବ। କାଚେଗୁଡା-ଟାଟା-କାଚେଗୁଡା(୦୭୪୩୮/୦୭୪୩୯) ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟାଟାରୁ ପ୍ରତି ମଙ୍ଗଳବାର ରାତି ୧୦ଟା ୫୦ରେ ଛାଡିବ। ସନ୍ତ୍ରାଗଚ୍ଛି-ଚେନ୍ନାଇ-ସନ୍ତ୍ରାଗଚ୍ଛି (୦୨୮୪୧/୦୨୮୪୨) ୪ ଅକ୍ଟୋବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ସନ୍ତ୍ରାଗଚ୍ଛିରୁ ପ୍ରତି ଶୁକ୍ରବାର ଅପରାହ୍ନ ୧୨ଟା ୪୦ରେ ଓ ୫ ଅକ୍ଟୋବରରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ଚେନ୍ନାଇରୁ ପ୍ରତି ଶନିବାର ସନ୍ଧ୍ୟା ୬ଟା ୨୦ରେ ଛାଡିବ। ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ(୦୨୭୮୩/୦୨୭୮୪) ୩ ଅକ୍ଟୋବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରରୁ ପ୍ରତି ଗୁରୁବାର ଓ ରବିବାର ସନ୍ଧ୍ୟା ୬ଟାରେ ଛାଡିବ। ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର(୦୮୩୦୧/୦୮୩୦୨) ୨ ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମ୍ବଲପୁରରୁ ପ୍ରତି ବୁଧବାର ସକାଳ ୯ଟା ୩୫ରେ ଛାଡିବ। ୩ ଅକ୍ଟୋବରରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ବନସଓ୍ବାଡିରୁ ପ୍ରତି ଗୁରୁବାର ରାତି ୧୧ଟା ୩୦ରେ ଛାଡିବ। ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା (୦୮୫୦୧/୦୮୫୦୨) ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ମଙ୍ଗଳବାର ରାତି ୧୧ଟାରେ ଛାଡିବ। ୨ଅକ୍ଟୋବରରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସିକନ୍ଦରାବାଦରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୩୦ରେ ଛାଡିବ। ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ୭ ଅକ୍ଟୋବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ବିଶାଖାପାଟଣାରୁ ପ୍ରତି ସୋମବାର ରାତି ୧୦ଟା ୫୫ରେ ଓ ୮ ଅକ୍ଟୋବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ତିରୁପତିରୁ ପ୍ରତି ମଙ୍ଗଳବାର ଅପରାହ୍ନ ୩ଟା ୩୦ରେ ଛାଡିବ। ହବିବଗଞ୍ଜ-ପୁରୀ-ହବିବଗଞ୍ଜ(୦୧୬୬୧/୦୧୬୬୨) ୩୦ ଅକ୍ଟୋବର ପର୍ଯ୍ୟନ୍ତ ହବିବଗଞ୍ଜରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ ଓ ପୁରୀଠାରୁ ପ୍ରତି ବୁଧବାର ଅପରାହ୍ନ ୩ଟାରେ ଛାଡିବାକୁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri