Categories: ବାଣିଜ୍ୟ

ଦୁର୍ଗାପୂଜାରେ ତନିଷ୍କର ନୂଆ ଅଫର:ସୁନା ଓ ହୀରା ଗହଣାରେ ୨୫% ରିହାତି

ଭୁବନେଶ୍ୱର, ୨୭।୯(ବ୍ୟୁରୋ):ଦୁର୍ଗାପୂଜା ଉପଲକ୍ଷେ ତନିଷ୍କ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଆଣିଛି। ଉଭୟ ସୁନା ଓ ହୀରା ମୂଲ୍ୟରେ ୨୫% ରିହାତି ମିଳିବ। ଏହି ଅଫର ରାଜ୍ୟର ସମସ୍ତ ତନିଷ୍କ ଷ୍ଟୋରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଚଳିତ ମାସ ୨୯ରୁ ଆସନ୍ତା ଅକ୍ଟୋବର ୭ ମଧ୍ୟରେ ଏହି ଅଫର ଉପଲବ୍ଧ ହେବ। ଏଥିସହ ତନିଷ୍କ ସ୍ବତନ୍ତ୍ର ଭାବେ ଐଶାନୀ ପ୍ରସ୍ତୁତ କରିଛି। ଯାହାର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଏହି ଅଫର ସମୟସୀମା ଭିତରେ ସୁନ ଗହଣା ଗଢ଼ା ମୂଲ୍ୟରେ ଓ ହୀରା ଗହଣାରେ ୨୫% ରିହାତି ମିଳିବ ବୋଲି ତନିଷ୍କ ପକ୍ଷରୁ କୁହାଯାଇଛି।

Share