ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ ହେଉଛି ଭାଇରସ୍‌। ଏହି ଭାଇରସ୍‌ ଆସିବାର ୩୬ଘଣ୍ଟା ମଧ୍ୟରେ ପୂରା ବିଶ୍ୱରେ ଏହା ବ୍ୟାପିଯିବ। ଫଳରେ ଏଥିଯୋଗୁ ସାରା ବିଶ୍ୱରେ ୮କୋଟି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇପାରେ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର ପୂର୍ବ ପ୍ରମୁଖ ସତର୍କ କରିଛନ୍ତି। ସେ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜୀବନ ନେଉଥିବା ଫ୍ଲୁର ଆଖ୍ୟା ଦେଇଛନ୍ତି। ଆଉ ଏହାପାଇଁ ପ୍ରସ୍ତୁତ ରହିବା ଲାଗି WHO ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ପ୍ରାୟ ୧ ଶତାବ୍ଦୀ ପୂର୍ବରୁ ୧୯୧୮ରେ ସ୍ପାନିଶରେ ଫ୍ଲୁ ମହାମାରୀ ଯୋଗୁ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ସଂକ୍ରମିତ ହୋଇଥିଲେ। ଫଳରେ ଏଥିଯୋଗୁ ୫କୋଟି ଲୋକଙ୍କ ମୃତ୍ୟୁ ହୋଇଛି। ଆଉ ଏବେ ଯେଉଁ ଫ୍ଲୁ ଆସିବାକୁ ଯାଉଛି ତାହା ସ୍ପାନିଶ୍‌ ଫ୍ଲୁଠାରୁ ଅତି ଭୟଙ୍କର ହେବ ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ଲୋକମାନେ ପ୍ରାୟ ସବୁ ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି। ଏହି ଫ୍ଲୁ ଆସିବା ପରେ ଖୁବ୍‌ଶୀଘ୍ର ଲୋକଙ୍କ ମାଧ୍ୟମରେ ଗୋଟିଏ ଦେଶରୁ ଅନ୍ୟଦେଶକୁ ସହଜରେ ବ୍ୟାପିଯିବ। ଆଉ ମାତ୍ର ୩୬ଘଣ୍ଟା ମଧ୍ୟରେ ଏହା ପୂରା ପୃ୍‌ଥିବୀକୁ ସଂକ୍ରମିତ କରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଉଛି। ଏନେଇ ‘ଦ ଗ୍ଲୋବାଲ ପ୍ରିପାୟର୍ଡନେସ୍‌ ମନିଟରିଂ ବୋର୍ଡ’ର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍‌ ନିଜର ଏକ ରିପୋର୍ଟ ବିଶ୍ୱର ସମସ୍ତ ଦେଶକୁ ପଠାଇ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଉଚିତ ପଦକ୍ଷେପ ନେବା ଲାଗି କହିଛନ୍ତି।

Share