ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ ଦୁଇ ହାତ ନ ଥିବା ଜଣେ ବିଦ୍ୟାଙ୍ଗ ଯୁବକ ଗୋଡ ଆଙ୍ଗୁଳିରେ କାଳି ଲଗାଇ ଭୋଟ ଦେଇଛନ୍ତି। ସ୍ଥାନୀୟ ଅନ୍ଧରାଠାଢିରେ ଥିବା ବୁଥ୍ ନମ୍ବର ୨୪୪ରେ ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ କୁମାର ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ। ଦେଶରେ ନୂଆ ସରକାର ଗଠନ ସହିତ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ଶାରୀରିକ ଦିବ୍ୟାଙ୍ଗତା ମନର ଉତ୍ସାହ ଆଗରେ ବାଧା ସୃଷ୍ଟି କରି ପାରି ନାହିଁ। ସେ ଭୋଟ କେନ୍ଦ୍ରରେ ପହଞ୍ଚି ଗୋଡ ଆଙ୍ଗଳିରେ ଇଭିଏମ୍ ବଟନ ଦବାଇଥିଲେ। ଏବେ ଜଗନ୍ନାଥଙ୍କ ଭୋଟ ଦେବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।


