ଦୁଇ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା, ୧୦ା୩(ସ୍ବ. ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ଦେଉଳିଆ ସାହିର ଜଣେ ଓ ନୂଆଖମଣ ଢ଼ିପା ସାହିର ଜଣେ ଯୁବକଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ରାଜନଗର ଦେଉଳିଆ ସାହିର ଅକ୍ଷୟ କୁମାର ଦାଶଙ୍କ ପୁଅ ଅର୍ଦ୍ଧେନ୍ଦୁ ଦାଶ ଓ ନୂଆଖମଣ ଢ଼ିପାସାହିର ମୁନା ନାଏକ।
ସୂଚନା ଅନୁଯାୟୀ, ଦୁହେଁ ମିଶି କୌଣସି ଏକ ଢ଼ାବାରୁ ଖାଇ ସୋମବାର ବିଳମ୍ବିତ ରାତିରେ ଘରକୁ ଫେରି ବାନ୍ତି କରିବା ପରେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଅର୍ଦ୍ଧେନ୍ଦୁଙ୍କୁ ସୋମବାର ରାତିରେ ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଥିବା ବେଳେ ମୃତ୍ୟୁ ଘଟିଛି। ମୁନା ରାଜନଗର ଅନ୍ଧାରୀ ମନ୍ଦିର ନିକଟରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଆଲ