ଦୁଇ ମୋବାଇଲ୍‌ ଲୁଟେରା ଗିରଫ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ଜେନାପଦା ଅଞ୍ଚଳରୁ ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଜଣେ କଲେଜ ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ରବିବାର ପୋଲିସ ୧୪୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଚଢ଼ାଉ କରି ସାଇଁକୁଳ ଅଞ୍ଚଳରୁ ଜିତେନ୍ଦ୍ର ରଣା ଏବଂ ସୁଶାନ୍ତ ବାରିକକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍‌ ଜବତ କରାଯାଇଥିବା ବେଳେ ଅଧିକ ତଥ୍ୟ ପାଇଁ ପୋଲିସ ପଚରାଉଚୁରା ଜାରି ରଖିଛି।
ପ୍ରକାଶ ଯେ, ଜେନାପଦା ଅଞ୍ଚଳର ଜଣେ କଲେଜ ଛାତ୍ର ଟିଉସନ୍‌ ଯାଉଥିବା ବେଳେ ସାଇଁକୁଳ ବଜାରରେ ଗିରଫ ଲୁଟେରା ଦ୍ୱୟ ତାଙ୍କୁ କଥା ହେବା ପାଇଁ ମୋବାଇଲ ମାଗିଥିଲେ। ମୋବାଇଲରେ ଏକ ନମ୍ବର ଡାଏଲ କରିବା ଆଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଛାତ୍ର ଜଣଙ୍କ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିବା ଆଇଆଇସି ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।