Posted inଜାତୀୟ

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

ଚଣ୍ଡିଗଡ,୧୮।୨:ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ରାଜନେତା ଟୁଇଟ୍‌ ମାଧ୍ୟମରେ ପରସ୍ପର ଉପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଲଗାଇଛନ୍ତି। କେଜ୍‌ରିୱାଲ ଟୁଇଟ କରି କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି(ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରର୍ଥୀ ଭାଗବତ ମାନ ୫୧ ହଜାର ଭୋଟରେ ଜିତିବେ। ଏହାର ଜବାବରେ ଚନ୍ନି ମଧ୍ୟ ଟୁଇଟ୍‌ କରି କହିଛନ୍ତି, କେଜ୍‌ରିୱାଲ ଅତି କମରେ ୫୧ ହଜାର ଥର ମିଛ କହିଛନ୍ତି।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ କରିବାକୁ ଯାଇ ୨୦୧୭ର ଏକ ପୁରୁଣା ଟୁଇଟ୍‌ ଶେୟାର କରିଛନ୍ତି। କେଜ୍‌ରିୱାଲଙ୍କ ପୁରୁଣା ଟୁଇଟ ଚନ୍ନି ପୋଷ୍ଟ କରିଛନ୍ତି।ଯେଉଁଥିରେ ୨୦୧୭ ବିଧାନସଭା ନିର୍ବାଚନରେ ମାଝା ଅଞ୍ଚଳରେ ଏଏପି ଲହର, ୨୦୧୯ରେ ଦିଲ୍ଲୀ ଲୋକ ସଭା ନିର୍ବଚନ ୭ଟି ଆସନ ମଧ୍ୟରୁ ୫ଟି ଜିତିବା, ୨୦୧୭ରେ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ବଡ଼ ବ୍ୟବଧାନରେ ହାରିବା ଏବଂ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ ହାରିବା ଭବିଷ୍ୟବାଣୀ କରି କେଜ୍‌ରିଓ୍ବାଲ୍‌ ଫେଲ୍‌ ମାରିଛନ୍ତି। ତେଣୁ ସେ ଏବେ ରାଜନୈତିକ ମୂଲ୍ୟାଙ୍କନ ବନ୍ଦ କରିବା ଉଚିତ ବୋଲି ଚନ୍ନି ଟୁଇଟ୍‌ ମାଧ୍ୟମରେ କେଜ୍‌ରିଓ୍ବାଲ୍‌ଙ୍କୁ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ କେଜ୍‌ରିଓ୍ବାଲ୍‌ କହିଥିଲେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଉଭୟ ଚମକୌର ସାହିବ ଏବଂ ଭଦୌଡ ଆସନରୁ ନିର୍ବାଚନରେ ହାରିଯିବେ। ଏହି ଦୁଇଟି ଆସନରୁ ଏଏପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri