ଦୁଇ ଭଉଣୀଙ୍କୁ ନୟାପଲ୍ଲୀ ଥାନାରେ ନିସ୍ତୁକ ମାଡ଼ ମାମଲା: ୫୦ ହଜାର ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ଦୁଇଉଭଣୀ ଗାୟତ୍ରୀ ଓ ଇତିଶ୍ରୀ ମଲିକଙ୍କୁ ପୋଲିସ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିଲା। ଏହି ମାମଲାର ଶୁଣାଣି କରି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁବାର ପୀଡିତା ଦୁଇ ଭଉଣୀଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ମାଡ଼ ମାରି ନିଜ ଦୋଷ ଲୁଚାଇବାକୁଯାଇ ମିଛ ମାମଲାରେ ସେମାନଙ୍କୁ ଜେଲ୍‌ ପଠାଇଥିଲା। ଫଳରେ ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ଏକ କଳାଦାଗ ଲାଗିଛି। ତେଣୁ ଦୁଇ ଉଭଣୀଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବା କମିଶନ ହୃଦ୍‌ବୋଧ କରିଥିଲେ। ଏହାସହ ଏହି ମାଡ଼ ମାରିଥିବା ପୋଲିସଙ୍କ ବିରୋଧରେ ଆପରାଧିକ ମାମଲା ଜାରି ରଖିବା ପାଇଁ କମିଶନ କହିଛନ୍ତି। ଏପରି କି ଦୁଇମାସ ମଧ୍ୟରେ ଉଭୟଙ୍କୁ କ୍ଷତିପୂରଣ ଦିଆଯିବା ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ମଧ୍ୟ କମିଶନ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବେହେରା ସାହିସ୍ଥିତ ପ୍ଲଟ ନଂ.୩୦୧/୪ରେ ଜମ୍ବେଶ୍ୱର ମଲିକଙ୍କ ପରିବାର ରୁହନ୍ତି। ଯିବାଆସିବା ବାଟକୁ ନେଇ ଜମ୍ବେଶ୍ୱରଙ୍କ ପରିବାର ସହ ନିକଟରେ ଥିବା ଅନ୍ୟ ଏକ ପରିବାରର ବିବାଦ ରହିଥିଲା। ଏନେଇ ମାମଲା କୋର୍ଟରେ ବିଚାରାଧୀନ ଥିଲାବେଳେ ଜମ୍ବେଶ୍ୱର ଉକ୍ତ ପରିବାରର ଯାତାୟାତ ପାଇଁ କିଛି ଜାଗା ଛାଡିଥିଲେ। ହେଲେ ଭାରିଯାନ ନେବାକୁ ବାରଣ କରିଥିଲେ। କିନ୍ତୁ ୨୦୧୮ ମେ ୫ରେ ଉକ୍ତ ପରିବାରର ସଦସ୍ୟମାନେ ସେହିବାଟ ଦେଇ ଭାରିଯାନ ନେବାରୁ ଜମ୍ବେଶ୍ୱରଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀ ସେମାନଙ୍କୁ ବାରଣ କରିଥିଲେ। ଫଳରେ ପଡୋଶୀ ଲୋକେ ଜମ୍ବେଶ୍ୱରଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନାର ତତ୍କାଳୀନ ଏସ୍‌ଆଇ ମିନତି ନାୟକ, ସସ୍ମିତା ଧଳ ଓ ଦୁଇଜଣ କନଷ୍ଟେବଳ ଜମ୍ବେଶ୍ୱରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଥାନାକୁ ଆସିବାକୁ କହିଥିଲେ। ହେଲେ ଦୁଇଭଉଣୀ ରାଜି ନ ହେବାରୁ ପୋଲିସ ସେମାନଙ୍କ ଚୁଟି ଧରି ଘୋଷାରି ଭ୍ୟାନ୍‌ରେ ବସାଇ ଥାନାକୁ ଆଣିଥିଲା। ଥାନାରେ ଏସ୍‌ଆଇ ସସ୍ମିତା ଓ ମିନତି ଏକ ପାଇପ୍‌ରେ ନିସ୍ତୁକ ପିଟିଥିଲେ ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ମଧ୍ୟ ମାଡ ମାରିଥିବା ଦୁଇ ଭଉଣୀ ଅଭିଯୋଗ କରିଥିଲେ। ମାଡ଼ରେ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଫାଟି ଯାଇଥିଲା। ଏହାପରେ ପୋଲିସକୁ ଆକ୍ରମଣ କରିଥିବା ଦଫା ଲଗାଇ ଦୁଇ ଭଉଣୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଉଭୟଙ୍କ ନାମ ତରବରିଆ ଭାବେ ଭୁଲ୍‌ ଭାବେ ଉଲ୍ଲେଖ କରିଥିବାରୁ କୋର୍ଟରେ ପ୍ରକୃତ ଘଟଣା ଧରାପଡିଯାଇଥିଲା। କୋର୍ଟ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୁଇ ଭଉଣୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ୨୦୧୮ ମେ ୧୪ରେ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri