ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ଆରୋହୀଙ୍କ ମୃତ୍ୟୁ

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କେଦାରପୁର ଗ୍ରାମରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍ତାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉତ୍ତମ କୁମାର ପାଳ (୨୮)। ଉତ୍ତମ ଗ୍ରାମ ରାସ୍ତାରେ ଏକ ବାଇକ୍‌ ନେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସରେଙ୍ଗ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଦ୍ୱୟକୁ ଜବତ କରିଛି।