ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ନାବାଳିକା ଗୁରୁତର; ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

ଓଡ଼ଗାଁ,୧୦ା୩(ସ୍ବ.ପ୍ର.)- ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ଓ ନନ୍ଦିଘୋରଠାରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳିକା ଗୁରୁତର ହୋଇଥିବା ଜଣାଯାଇଛି।

ପୋଲିସଠାରୁ ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ଏହି ଥାନା ଅନ୍ତର୍ଗତ ଆନନ୍ଦପୁର-ରବିଗାଡିଆ ରାସ୍ତାରେ କୌଣସି ଅଜଣା ଗାଡି ଧକ୍କାରେ ରବିଗାଡିଆ ଗ୍ରାମର ନଣ୍ଡା ଓରଫ ପ୍ରକାଶ ପରିଡା(୨୮)ଙ୍କ ମୃତ୍ୟୁ ହୋଇଛି। ପ୍ରକାଶ ଚାଲିଚାଲି ଏକାକୀ ଗାଁକୁ ଯାଉଥିବା ବେଳେ କୌଣସି ଗାଡ଼ି ଧକ୍କାରେ ସେ ତଳେ ପଡିଯାଇଥିଲେ। ପୋଲିସ ଏ ନେଇ ଖବରପାଇ ମୃତଦେହ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରିବା ସହିତ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବାକୁ ଉଦ୍ୟମ କରୁଥିବା ତଦନ୍ତ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି।

ଅନ୍ୟ ଏକ ଘଟଣାକ୍ରମେ ସୋମବାର ରାତି ପ୍ରାୟ ୯ଟାରେ ଓଡ଼ଗାଁ ଆହାରକେନ୍ଦ୍ରରୁ ଫେରୁଥିବା ଆହାର ଭ୍ୟାନ୍‌ ଧକ୍କାରେ ନନ୍ଦିଘୋର ନୂଆସାହିଠାରେ ଜଣେ ନାବାଳିକା(୮) ଗୁରୁତର ହୋଇଥିବା ଜଣାଯାଇଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଥିଲା। ହେଲେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ୨୧ ନଂ ରାଜ୍ୟ ରାଜପଥ ଅନ୍ତର୍ଗତ ନୂଆଁ ସାହି ରାସ୍ତାପାର୍ଶ୍ୱରେ ଅର୍ଥାତ୍‌ ନାବାଳିକାଙ୍କ ଦୁଆର ପାଖରେ ଦୋଳ ନିମନ୍ତେ ଠାକୁରଙ୍କୁ ଭୋଗ ଲାଗି ହେଉଥିବା ବେଳେ ସାମାନ୍ୟ ଗହଳି ରହିଥିଲା। ଆହାର କେନ୍ଦ୍ର ଭ୍ୟାନ ଚାଳକ ଭାରସାମ୍ୟ ହରାଇ ନାବାଳିକାକୁ ଧକ୍କା ଦେବାପରେ ଗାଡି ନେଇ ଚାଲିଯାଉଥିଲେ। ହେଲେ ଗ୍ରାମବାସୀ ପଛରୁ ଗୋଡାଇ ଗାଡିକୁ ଧରିଆଣିବାପରେ ଗାଡି ଚାଳକଙ୍କୁ ମାଡ଼ ମାରିଥିଲେ। ହେଲେ କେତେକ ଗ୍ରାମବାସୀ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଭଳି ଖବର ପ୍ରସାର କରିବାରୁ ଉତ୍ତ୍ୟକ୍ତ ଲୋକେ ସାଙ୍ଗେସାଙ୍ଗେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ତହସିଲଦାର ବିଜୟିତା ସାମନ୍ତସିଂହାର, ଶରଣକୂଳ ଏସ୍‌ଡିପିଓ ଏସ୍‌ ଟପ୍ନୋ ଓ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ସହିତ ଶରଣକୂଳ ପୋଲିସ ରାତିସାରା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଗୁରୁତର ନାବାଳିକାଙ୍କ ସମସ୍ତ ଚିକିତ୍ସା ଦାୟିତ୍ୱ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ମଙ୍ଗଳବାର ଭୋର ୪ଟା ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧରୁ ହଟି ନ ଥିଲେ। ହେଲେ ଭୋର ୪ଟା ବେଳକୁ ରାସ୍ତା ଅବରୋଧ ହଟିଥିବା ଜଣାଯାଇଛି। ପୋଲିସ ଆହାର ଗାଡି(ଓଡି୨୫ଏଚ୍‌ ୫୭୦୭)କୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁଇଟି ମାମଲା ରୁଜୁ କରିବା ନେଇ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri