Categories: ବାଣିଜ୍ୟ

ଦୁଇଟି ଉପକମିଟି ଗଠନ କଲା ଜିଏସ୍‌ଟି କାଉନସିଲ୍‌

ନୂଆଦିଲ୍ଲୀ,୨୯-୫: ଜିଏସ୍‌ଟି କାଉନସିଲ୍‌ କମ୍ପାନୀଙ୍କ ମଧ୍ୟରେ ହେଉଥିବା କାରବାର ଲାଗି ଇ-ବିଲ୍‌ ତିଆରି କରିବା, କାରବାର ସୀମା ନିର୍ଦ୍ଧାରଣ ତଥା ଏହାକୁ ସୃଷ୍ଟି କରିବା ଭଳି ନୀତିଗତ ତଥା ଟେକ୍ନିକାଲ ପନ୍ଥାପଦ୍ଧତି ନିର୍ଦ୍ଧାରଣ ନେଇ ଦୁଇଟି ଉପକମିଟି ଗଠନ କରିଛି। ଗୋଟିଏ କମିଟି ଇ-ଇନ୍‌ଭଏସ୍‌ ଲାଗି ବାଣିଜ୍ୟ ପ୍ରକ୍ରିୟା, ନୀତି ଏବଂ ଆଇନ ଦିଗର ପରୀକ୍ଷଣ କରିବ ଏବଂ ଦ୍ୱିତୀୟ କମିଟି ଏହାର କ୍ରିୟାନ୍ବୟନ ପାଇଁ ଆବଶ୍ୟକ ଟେକ୍ନିକାଲ ଦିଗ ସମ୍ପର୍କରେ ନିଜର ସୁପାରିସ୍‌ କରିବ। କମ୍ପାନୀ-କମ୍ପାନୀ ମଧ୍ୟରେ କାରବାର ବେଳେ ଜାଲ୍‌ ବିଲ୍‌ ତିଆରି କରିବାକୁ ରୋକିବା ଲାଗି ତତ୍କାଳ ପଦକ୍ଷେପ ନେବା ସମ୍ପର୍କରେ କମିଟି ପ୍ରସ୍ତାବ ଦେବ। ଜିଏସ୍‌ଟି ଅଧୀନରେ ଟିକସ ଫାଙ୍କି ରୋକିବା ଲାଗି ଇ-ବିଲ୍‌ ଅଥବା ଇ-ଚାଲାଣ ଜାରି କରିବା ଉପରେ ରାଜସ୍ବ ବିଭାଗ ଜୋର୍‌ ଦେଇଆସୁଛି। ଏହି ଦୁଇ ଉପକମିଟିରେ କେନ୍ଦ୍ର ଓ ରାଜ୍ୟର ଟିକସ ଅଧିକାରୀମାନେ ସାମିଲ ହୋଇଛନ୍ତି। ଏହାଛଡ଼ା ଜିଏସ୍‌ଟି ନେଟ୍‌ଓ୍ବାର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ କମିଟିରେ ରହିବେ।

Share