ଦୀର୍ଘତମ ରଥପଥ ଛତିଆ ରଥଦାଣ୍ଡ: ୧୧ କି.ମି. ଗଡ଼ି ଚାଲେ ମହାପ୍ରଭୁଙ୍କ ରଥ

ତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ଛତିଆଠାରେ ହେଉଥିବା ମହାପ୍ରଭୁଙ୍କ ରଥଯାତ୍ରା ଏକ ସ୍ବତନ୍ତ୍ରତା ବହନ କରେ। ଛତିଆଠାରେ ଥିବା ରଥଦାଣ୍ଡ ଦେଶର ଦୀର୍ଘତମ ରଥଦାଣ୍ଡର ଆଖ୍ୟା ବହନ କରେ। ୧୧ କି.ମି. ପର୍ଯ୍ୟନ୍ତ ରଥ ଚାଲୁଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଯେତିକି ଆବେଗ ଥାଏ ଏହାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ମଧ୍ୟ ସେତିକି ଜୋରଦାର ରହିଥାଏ।
ଛତିଆସ୍ଥିତ ଜଗନ୍ନାଥ ମନ୍ଦିରରୁ ବଡଘୁମୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୧୧ କି.ମି. ରଥ ଟଣା ହେଉଥିବାରୁ ଏଠାରେ ଘୋଷଯାତ୍ରା ଶୀଘ୍ର ଆରମ୍ଭ ହୋଇଥାଏ। ପୁରୀ ଘୋଷ ଯାତ୍ରା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଏଠାରେ ରଥଟଣା ଆରମ୍ଭ ହୋଇଥାଏ। ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ଛତିଆ ଜଗନ୍ନାଥ ମନ୍ଦିରରୁ ପୂର୍ବରୁ ଚମ୍ପାପୁର ପର୍ଯ୍ୟନ୍ତ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ତେବେ ଏହା ବନ୍ଦ ହେବା ପରେ ପୁନର୍ବାର ରଥଯାତ୍ରା କରିବା ପାଇଁ ଛତିଆ ଓଝା ପରିବାରକୁ ମହାପ୍ରଭୁଙ୍କ ସ୍ବପ୍ନାଦେଶ ହୋଇଥିଲା। ସ୍ବପ୍ନାଦେଶ ପରେ ୧୯୯୩ ମସିହାରେ ପୁରୀରୁ ଚତୁର୍ଦ୍ଧାମୂର୍ତ୍ତି ପୁନର୍ବାର ଅଣାଯାଇ ଆରମ୍ଭ ହୋଇଥିଲା ରଥ ନିର୍ମାଣ। ତେବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ୬ବର୍ଷ ପୂଜା ପାଇଥିଲେ ମଧ୍ୟ ରଥ ଗଡି ନ ଥିଲା। ୧୯୯୯ ମସିହାରେ ପ୍ରଥମ କରି ଏହି ରଥଯାତ୍ରା ଆରମ୍ଭ ହେଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶ ଓ ସ୍ବପ୍ନାଦେଶ ପରେ ଏହା ସବୁଠାରୁ ଦୀର୍ଘପଥ ରଥଯାତ୍ରାରେ ପରିଣତ ହେଲା। ସେହିଦିନଠାରୁ ଛତିଆଠାରୁ ବଡଘୁମୁରୀ ପର୍ଯ୍ୟନ୍ତ ଏହି ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେବେ ୧୯୯୯ରେ ୩ଟି ରଥରେ ପ୍ରଭୁ ଜଗନ୍ନାଥ, ବଳଦେବ ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଘୋଷଯାତ୍ରା କରାଯାଉଥିଲା। ୩ ବର୍ଷପରେ ଆର୍ଥିକ ତଥା ସରଞ୍ଜାମର ଅଭାବ ଯୋଗୁ ୨୦୦୨ରୁ ୩ ଦିଅଁଙ୍କୁ ଗୋଟିଏ ରଥରେ ବସାଯାଇ ଘୋଷଯାତ୍ରା କରାଗଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ରଥ ଦୀର୍ଘ ୧୧ କି.ମି. ଅତିକ୍ରମ କରୁଥିବା କହିଛନ୍ତି ଏହାର ମୁଖ୍ୟ ପୁରୋଧା ଉପେନ୍ଦ୍ର ଓଝା। ତେବେ ଏହାର ବିଶେଷତ୍ୱ ହେଲା ଏଠାରେ ପୂଜା ପାଉଥିବା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ କୌଣସି ବ୍ରାହ୍ମଣ ପୂଜା କରି ନ ଥାନ୍ତି। ଏହା କେବଳ ସେହି ଓଝା ପରିବାରର ସଦସ୍ୟ ହିଁ ପୂଜା କରିଥାନ୍ତି। କେବଳ ରଥଯାତ୍ରା ସମୟରେ ବ୍ରାହ୍ମଣମାନେ ହିଁ ପୂଜା କରିଥାନ୍ତି। ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଓ ବାହୁଡା ଯାତ୍ରା ଯେଉଁଭଳି ପାଳନ କରାଯାଏ ଏଠାରେ ମଧ୍ୟ ଠିକ୍‌ ସେହିଭଳି ପାଳନ କରାଯାଇଥାଏ। ମହାପୁରୁଷ ହାଡିଦାସଙ୍କ ମାଳିକାର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡି ଆସିବେ ଏବଂ ଛତିଆରେ ତାଙ୍କର ଲୀଳା ଖେଳା ଆରମ୍ଭ କରିବେ। ସେହିଭଳି ଛତିଆଠାରୁ ବଡଘୁମୁରୀ ପର୍ଯ୍ୟନ୍ତ ବୃହତ୍‌ ବଡଦାଣ୍ଡରେ ହଜାର ହଜାର ଭକ୍ତ ସମାଗମ ହୋଇ ଏଠାରେ ରଥଯାତ୍ରା କରାଇବେ। ସେହି ମାଳିକା ଓ ପୌରାଣିକ କଥା କାହାଣୀକୁ ଆଧାର କରି ଦୀର୍ଘଦିନ ହେବ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଏହି ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଯାଜପୁର ଉପଜିଲାପାଳ ଓ ଦର୍ପଣ ତହସିଲଦାରଙ୍କ ନେତୃତ୍ୱରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ ହେବାକୁ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା। ତିନି ଜଣ ଇନ୍ସପେକ୍ଟରଙ୍କ ସମେତ ଦେଢ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି।
– ପ୍ରଦୀପ୍ତ କୁମାର ପୃଷ୍ଟି, ସାୈମ୍ୟରଞ୍ଜନ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri