ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍‌

ଯଦି ପଚରାଯାଏ ଭାରତର ନଂ ଓ୍ବାନ୍‌ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍‌, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ ଦୀପିକା ପାଦୁକୋନ୍‌ ହେଉଛନ୍ତି ଦେଶର ସେଲିବ୍ରିଟି ନଂ ଓ୍ବାନ୍‌। ସେହିପରି ସେଲିବ୍ରିଟି ବ୍ରାଣ୍ଡ୍‌ସର ମୂଲ୍ୟକୁ ଯଦି ଦେଖାଯାଏ ତେବେ ଦାମୀ କମ୍ପାନୀ ଭାବେ ଡଫ୍‌ ଏବଂ ଫ୍ଲେପ୍‌ସକୁ ଧରାଯିବ। ଏହି ଅନୁଯାୟୀ, ଦୀପିକାଙ୍କ ମୂଲ୍ୟ ୧୦ କୋଟି ଡଲାର। ଅର୍ଥାତ ଭାରତୀୟ ମୁଦ୍ରାରେ ୭୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଫୋବର୍ସ ପତ୍ରିକା ତାଲିକାରେ ପ୍ରକାଶ ପାଇଥିବା ଦୀପିକାଙ୍କ ରୋଜଗାର ଗତବର୍ଷ ୧୧୩ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏହି ତାଲିକାରେ କ୍ରିକେଟର ଏମ୍‌ଏସ୍‌ ଧୋନୀ ଏପରିକି ଦୀପିକାଙ୍କ ସ୍ବାମୀ ରଣବୀର ସିଂ ମଧ୍ୟ ପଛରେ ଅଛନ୍ତି। ଅତୀତରେ ଦୀପିକା ୨୧ଟି ଭିନ୍ନ ଭିନ୍ନ ବିଜ୍ଞାପନର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ କାମ କରିଛନ୍ତି। ତାଙ୍କ ବ୍ୟତୀତ ବଲିଉଡ୍‌ର ଅନ୍ୟ କୌଣସି ଅଭିନେତ୍ରୀ ଏତେ ଦାମ୍‌ରେ ବିଜ୍ଞାପନ କରିନାହାନ୍ତି।

Share