ଦୀପିକା ଜଣେ ଭଲ ଅଭିନେତ୍ରୀ: ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଅଭିନୟରେ ଯେମିତି ପାରଙ୍ଗମ ନୃତ୍ୟରେ ବି ସେମିତି ପାରଙ୍ଗମ। ନିକଟରେ କିନ୍ତୁ ମାଧୁରୀ କହିଛନ୍ତି ଏବେ ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ମଧ୍ୟରେ ଦୀପିକା ଜଣେ ଭଲ ଅଭିନେତ୍ରୀ। ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ମାଧୁରୀ ଏମିତି କହିଛନ୍ତି। ତାଙ୍କ ମତରେ ଦୀପିକା ଯେଉଁ ଚରିତ୍ରରେ ଅଭିନୟ କରନ୍ତି ସେଥିରେ ସେ ସମ୍ପୂର୍ଣ୍ଣ ଭାବେ ବୁଡି ଯାଆନ୍ତି। ଏହାସହ ସବୁ ବଡ ବଡ ଚରିତ୍ରକୁ ମଧ୍ୟ ଦୀପିକା ବେଶ୍‌ ଭଲ ଢଙ୍ଗରେ ଫୁଟାଇ ପାରନ୍ତି। ଏବେ ମାଧୁରୀ ବଲିଉଡ୍‌ ପରଦାରେ ନଜର ଆସୁ ନ ଥିଲେ ମଧ୍ୟ ଟେଲିଭିଜନ ଶୋ’ର ବିଚାରକ ମଣ୍ଡଳୀରେ ଦେଖାଯାଉଛନ୍ତି। ଅନ୍ୟପଟେ ଦୀପିକା ଖୁବଶୀଘ୍ର ଫିଲ୍ମ ‘୮୩’ରେ ନଜର ଆସିବେ। ଯାହାକୁ ଦର୍ଶକେ ଏବେ ଅପେକ୍ଷା ରଖିଛନ୍ତି। କରୋନା ମାହାମାରୀ ପାଇଁ ଏବେ ସିନେମା ହଲ୍‌ ବନ୍ଦ ଥିବାରୁ କିଛି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri