ଦୀପିକା-ଅମୃତାଙ୍କ ଭିତରେ ରହିଛି ଏମିତି କନେକ୍ସନ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକ ମ୍ୟାରେଜ ପାର୍ଟିକୁ ଯାଇଥିବାବେଳେ ଏହି ସମୟର କିଛି ସ୍ପେଶାଲ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାର କାରଣ ଦୀପିକା ଏବଂ ଅମୃତାଙ୍କ କନେକ୍ସନ। କାହିଁକି ଜାଣିଛନ୍ତି? ଦୁହେଁ ସମ୍ପର୍କରେ ନଣନ୍ଦ-ଭାଉଜ ହୋଇଯାଇଛନ୍ତି। ଦୀପିକାଙ୍କ ଦାଦା ପୁଅ ଭାଇଙ୍କ ସହ ଅମୃତାଙ୍କ ଦାଦା ଝିଅ ଭଉଣୀଙ୍କର ବିବାହ ହୋଇଛି। ଦୁଇଜଣ କୋଙ୍କଣୀ ରୀତିନୀତିରେ ବିବାହ କରିଛନ୍ତି। ଏହି ଉତ୍ସବରେ ଯୋଗଦେଇଥିଲେ ଦୀପିକା ଏବଂ ରଣବୀର।

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଫଟୋରେ ଦୀପିକା, ରଣବୀର, ଅମୃତା ଏବଂ ଅନମୋଲ ଏକାଠି ଠିଆ ହୋଇଥିବା ଏକ ଫଟୋ ଦେଖିବାକୁ ମିଳିଛି। ଦୀପିକା ହ୍ବାଇଟ୍‌ ଫ୍ଲୋରାଲ ଶାଢ଼ି ପିନ୍ଧି ଥିବାବେଳେ ଅମୃତା ଗୋଲାପୀ ରଙ୍ଗର କାଞ୍ଜିବରମ ଲେହେଙ୍ଗାରେ ସମ୍ପୂର୍ଣ୍ଣ ଭାରତୀୟ ପାରମ୍ପରିକ ବେଶଭୂଷାରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଅମୃତା ୨୦୧୬ରେ ବୟଫ୍ରେଣ୍ଡ ଅନମୋଲଙ୍କୁ ବିବାହ କରିବା ପରେ ଫିଲ୍ମଠାରୁ କିଛିିଦିନ ଦୂରେଇ ଯାଇଥିଲେ। ଶିବସେନା ଦଳର ସଂସ୍ଥାପକ ବାଲସାହେବ ଠାକ୍‌ରେଙ୍କ ବାୟୋପିକ୍‌ ‘ଠାକ୍‌ରେ’ଫିଲ୍ମରେ ନଜର ଆସିଥିଲେ।

Share