Categories: ଜାତୀୟ

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ, ମନମୋହନ

ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଛି। ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ପ୍ରତିନିଧି ମଣ୍ଡଳଙ୍କ ସହ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀରେ ଗତ ୪ଦିନ ହେବ ଉପୁଜିଥିବା ହିଂସାରେ ଏବେସୁଦ୍ଧା ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶହ ଲୋକ ଆହତ ହୋଇଛନ୍ତି। ଏହା କେନ୍ଦ୍ର ସରକାରଙ୍କ ବିଫଳତା ବୋଲି କଂଗ୍ରେସ ଦର୍ଶାଇଛି। ଏହାସହ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ଓ ଏହା ସ୍ବରାଷ୍ଟ ମନ୍ତ୍ରଣାଳୟର ବିଫଳତା ଦର୍ଶାଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Share