ଦିଲ୍ଲୀ ରାଜପଥ ପରେଡରେ ଯୋଗଦେବେ ଓଡ଼ିଶାର ୧୧୧ ଛାତ୍ରୀଛାତ୍ର, ଜଗତ୍‌ସିଂହପୁର ଜିଲାରୁ ୪ ଛାତ୍ରୀ ସାମିଲ

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୨୬ ସାଧାରଣ ତନ୍ତ୍ରଦିବସ ଉପଲକ୍ଷେ ହେବାକୁ ଥିବା ରାଜପଥ ପରେଡ ଓ ଗାର୍ଡ ଅଫ ହନର ପାଇଁ ଓଡ଼ିଶାରୁ ୧୧୧ଜଣ ଛାତ୍ରୀଛାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଥିରେ ଜଗତ୍‌ସିଂହପୁର ଜିଲାରୁ ୪ଜଣ ଛାତ୍ରୀଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ତିର୍ତ୍ତୋଲ କଲେଜର ଦୀପାଳି ମହାନ୍ତ, ବାଲିକୁଦା କଲେଜର କଳ୍ପନା କାଣ୍ଡି, ସୋନାଲି ମହାରଣା ଓ ପାରାଦୀପ କଲେଜର ନିବେଦିତା ତରାଇ। ଏହି ୪ ଜଣଙ୍କ ସହ କଟକ ଜିଲାର ଆଉ ୨ ଜଣ ଭୁବନେଶ୍ୱର ୧ ନଂ ବାଟାଲିୟନରୁ ସାମିଲ ହୋଇଛନ୍ତି। ଏହି ଛାତ୍ରୀଛାତ୍ରଙ୍କୁ ସ୍ଥଳସେନା ପକ୍ଷରୁ କଟକରେ ଗତ ୨ ମାସ ହେବ ପ୍ରଶିକ୍ଷଣ ଦିଆଯାଉଥିଲା। ଓଡିଶାରୁ ଦିଲ୍ଲୀ ଯାଇଥିବା ସମସ୍ତ ଛାତ୍ରୀଛାତ୍ର ଜାନୁୟାରୀ ମାସ ତମାମ ଦିଲ୍ଲୀରେ ସୈନ୍ୟବାହିନୀ ସହ ଅଭ୍ୟାସ କରିବେ। ଯାତ୍ରା ପୂର୍ବରୁ ଜଗତସିଂହପୁର ଜିଲାର ଛାତ୍ରୀମାନଙ୍କୁ ମାତା, ପିତା ଓ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗୋଡଭଗାରେ ଚାଞ୍ଚଲ୍ୟ: ଦିନରେ ବୁଲିଲା ଛୁରି-ଭୁଜାଲି

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥମିବାର ନାଁ ନେଉନି। ଗତ କିଛିଦିନ ତଳେ ଜିଲାର ସଦର ମହକୁମା ବରଗଡ଼ ସହରରେ ଆଇନ ଶୃଙ୍ଖଳା…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri