Categories: ଜାତୀୟ

ଦିଲ୍ଲୀ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ବିକ୍ଷୋଭର ଦିନକ ପରେ ଶନିବାର ଦିଲ୍ଲୀରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଶନିବାର ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ, ରାଜଘାଟ, ଉତ୍ତରପ୍ରଦେଶ ଭବନ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲା। ଶୁକ୍ରବାର ଜାମା ମସ୍‌ଜିଦ୍‌ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭବେଳେ ପୋଡ଼ାଜଳା ହୋଇଥିଲା। ହିଂସାକାଣ୍ଡ ଘଟିଥିବା ଉତ୍ତରପୂର୍ବ ଦିଲ୍ଲୀର ସୀମାପୁରୀ ଓ ସିଲମପୁର ଅଞ୍ଚଳରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଦେଖିବାକୁ ମିଳିଥିଲା।

Share