Categories: ଜାତୀୟ

ଦିଲ୍ଲୀ ପରାଜୟ ପରେ ଇସ୍ତଫାକୁ ନେଇ ଦଳ କରିବ ଆତ୍ମସମୀକ୍ଷା: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଶୋଚନୀୟ ପରାଜୟ ପରେ ଦିଲ୍ଲୀ ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି, ଦିଲ୍ଲୀବାସୀଙ୍କ ନିଷ୍ପତ୍ତିକୁ ମଥାପାତି ଆମେ ଗ୍ରହଣ କରୁଛୁ। ଏଥିସହ ଦଳର କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ସେ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ବହୁମତରେ ବିଜୟ ହାସଲ କରିଥିବାରୁ ଅରବିନ୍ଦ କେଜରିଓ୍ବାଲଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ଆଶା ରଖାଯାଇଥିବା ବେଳେ ଦଳ କିନ୍ତୁ ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଏହି ଶୋଚନୀୟ ପରାଜୟ ପାଇଁ ମନୋଜ ନିଜକୁ ଦାୟୀ କରିଛନ୍ତି। ଅପରପକ୍ଷେ ଏହି ପରାଜୟ ପରେ ଦଳରୁ ଇସ୍ତାଫା ନେଇ ପ୍ରଶ୍ନ ପଚାରାଯିବାରୁ ସେ କହିଛନ୍ତି, ପ୍ରଦେଶ ଅଧ୍ୟକ୍ଷ ହିସାବରେ ପରାଜୟର ସମସ୍ତ ଦାୟୀତ୍ୱ ମୋର। ଏହି ପରାଜୟ ପାଇଁ ଦଳ ଆତ୍ମସମୀକ୍ଷା କରିବ ବୋଲି ମନୋଜ କହିଛନ୍ତି।

Share