Categories: ଜାତୀୟ

ଦିଲ୍ଲୀ ଗଲେ ୯ ଏନ୍‌ସିପି ବିଧାୟକ

ମୁମ୍ବାଇ,୨୪ା୧୧: ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ସମର୍ଥନ ଦେଉଥିବା ଦଳୀୟ ବିଧାୟକମାନଙ୍କ ମଧ୍ୟରୁ ୯ ଜଣ ଏକ ଘରୋଇ ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଯାଇଛନ୍ତି। ସେମାନେ ହେଲେ ଦୌଲତ ଦରୋଡା, ନରହରି ଜିର୍‌ଓ୍ବାର, ସୁନିଲ ଭୁସରା, ଦିଲୀପ ବାଙ୍କର, ଅନିଲ ପାଟିଲ, ନୀତିନ ପାଓ୍ବାର, ସୁନିଲ ଶେଲ୍‌କେ, ବାବା ସାହେବ ପାଟିଲ ଏବଂ ସଞ୍ଜୟ ବନ୍‌ସନ। ତେବେ ସେମାନେ କେଉଁଠି ରହିଛନ୍ତି ତାହା ଜଣାପଡିନାହିଁ। କଂଗ୍ରେସ ଏହାର ବିଧାୟକମାନଙ୍କୁ ଭୋପାଳ ନେବାକୁ ନିଷ୍ପତ୍ତି ନେଇଥିଲାବେଳେ ଶିବସେନା ମଧ୍ୟ ଏହାର ବିଧାୟକଙ୍କୁ ଜୟପୁର ନେବ ବୋଲି ଜଣାପଡିଛି।

Share