Categories: ଜାତୀୟ

ଦିଲ୍ଲୀ ଏନ୍‌କାଉଣ୍ଟର: ୨ ଓ୍ବାଣ୍ଟେଡ ଅପରାଧୀ ମୃତ

ନୂଆଦିଲ୍ଲୀ,୧୭।୨: ରାଜଧାନୀ ଦିଲ୍ଲୀର ପୁଲ ପ୍ରହଲ୍ଲାଦପୁର ଅଞ୍ଚଳରେ ସୋମବାର ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଓ୍ବାଣ୍ଟେଡ ଅପରାଧୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୫ଟାରେ ଏହି ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି। ମୃତ ୨ ଅପରାଧୀ ହେଲେ ରାଜା କ୍ୟୁରୋଶି ଓ ରମେଶ ବାହାଦୂର ବୋଲି ପୋଲିସ ସୂଚନା ଦେଇଛି। ଉଭୟ ପକ୍ଷରୁ ପ୍ରାୟ ୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି। ପ୍ରଥମେ ଏମାନଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଜାରି ରଖିଛି।

Share