ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୪।୬: ଦିଲ୍ଲୀକୁୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲାଗି ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ନିୟମ ଲାଗୁ ହୋଇଛି। ବସ୍‌,ଟ୍ରେନ୍‌ ଅବା ବିମାନରେ ଦିଲ୍ଲୀକୁ ଆସୁଥିବା ଯାତ୍ରୀ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଏବେ ଏହି ନିୟମରେ ପରିବର୍ତ୍ତନ କରାଯାଇ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୬୪୫ ରହିଛି। ଗତ ଏକ ସପ୍ତାହ ଧରି ଲଗାତାର ହାରାହାରି ପ୍ରତିଦିନ ୧୨ ଶହ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସହରରେ ୧୨୦ଟିରୁ ଅଧିକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

Share