Categories: ଜାତୀୟ

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି। କୋଟିପତି ବିଧାୟକଙ୍କ ମଧ୍ୟରେ ଏଏପିର ୪୫ ଜଣ ଥିବାବେଳେ ଭାଜପାର ୭ ଜଣ ରହିଛନ୍ତି। ମୁଣ୍ଡକା ଆସନରୁ ନିର୍ବାଚିତ ଏଏପି ବିଧାୟକ ଧରମପାଲ ଲାକଡା ସବୁଠାରୁ ଧନୀ। ତାଙ୍କ ସମ୍ପତ୍ତି ପରିମାଣ ୨୯୨ କୋଟିରୁ ଅଧିକ। ଅପରପକ୍ଷରେ ଏଏପି ବିଧାୟକ ରାକ୍ଷୀ ବିରଳାଙ୍କ ପାଖରେ ସବୁଠାରୁ କମ୍‌ ସମ୍ପତ୍ତି ରହିଛି। ସେହିପରି ଏଏପିର ୩୮ ଏବଂ ଭାଜପାର ୫ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଜଣାପଡିଛି।

Share