Categories: ଜାତୀୟ

ଦିଲ୍ଲୀର ଏଲ୍‌ଜି କାର୍ଯ୍ୟାଳୟରେ ୪ ଜଣଙ୍କୁ କରୋନା

ନୂଆଦିଲ୍ଲୀ,୨୯।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏହି ୪ ଜଣଙ୍କ ମଧ୍ୟରେ ୩ ଜଣ କିରାଣୀ ଭାବେ କାର୍ଯ୍ୟ କରୁଥିବାବେଳେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ଏଲ୍‌ଜି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି।

Share