ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର ହ୍ରାସ କରିବାପାଇଁ ରାଜଧାନୀ ଦିଲ୍ଲୀରେ ସ୍ଥାପନ ହୋଇଛି ପ୍ରଥମ ସ୍ମଗ୍‌ ଟାଓ୍ବାର୍‌। କ୍ରିକେଟ୍‌ ଖେଳାଳି ତଥା ପୂର୍ବ ଦିଲ୍ଲୀ ଏମ୍‌ପି ଗୌତମ ଗମ୍ଭୀରଙ୍କ ସହଯୋଗରେ ଲଜ୍‌ପତ୍‌ନଗର ବ୍ୟବସାୟୀ ସଂଘ ପକ୍ଷରୁ ଗୁରୁବାର ଦକ୍ଷିଣ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ୍‌ ମାର୍କେଟରେ ଏହି ଏୟାର୍‌ ପ୍ୟୁରିଫାୟର ସ୍ଥାପନ କରାଯାଇଛି। ଶୁକ୍ରବାର ଗମ୍ଭୀର ଏହାର ଉଦ୍‌ଘାଟନ କରିଛନ୍ତି। ୨୦ଫୁଟ ଉଚ୍ଚତା ବିଶିଷ୍ଟ ଏହି ଯନ୍ତ୍ର ଦିନକୁ ୨, ୫୦, ୦୦୦ ରୁ ୬, ୦୦୦୦୦ କ୍ୟୁବିକ୍‌ ମିଟର୍‌ ପ୍ରଦୂଷିତ ବାୟୁକୁ ଗ୍ରହଣ କରି ବିଶୁଦ୍ଧ ବାୟୁ ଯୋଗାଇବା ଲକ୍ଷ୍ୟ ରହିଛି। ସେହିପରି ୫୦୦ରୁ ୭୫୦ ମିଟର ଅଞ୍ଚଳ ମଧ୍ୟରେ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ ବାୟୁରେ ପରିଣତ କରିବ। ଦିଲ୍ଲୀ ପ୍ରଦୂଷଣର ରାଜଧାନୀ ପାଲଟିଥିବାବେଳେ ଏଭଳି ସ୍ଥିତିରେ ସ୍ମଗ୍‌ ଟାଓ୍ବାର ପ୍ରତିଷ୍ଠା କରିବା ଜରୁରୀ ଥିଲା। ଏହି ବାୟୁ ବିଷୋଧକ ଲାଗିବା ପରେ ପ୍ରଦୂଷଣ କମିଥିବା ଜଣାପଡ଼ିଛି। ତେବେ ଦିଲ୍ଲୀରେ ଅନେକ କାରଣରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇ ଲୋକଙ୍କୁ ଅଣନିଶ୍ୱାସୀ କରାଉଥିବାବେଳେ ଏହି ପ୍ରକଳ୍ପ କେତେଦୂର ସଫଳ ହେବ ତାହାକୁ ନେଇ କେତେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।

Share