Categories: ଜାତୀୟ

ଦିଲ୍ଲୀରେ ‘ବିଟିଂ ଦ ରିଟ୍ରିଟ୍‌’ ଉତ୍ସବ ସମାପନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ରାଜପଥରେ ବୁଧବାର ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇସିନା ରୋଡ୍‌ସ୍ଥିତ ରାଷ୍ଟ୍ରପତି ଭବନ ସାମ୍ନାରେ ଏହାର ପ୍ରଦର୍ଶନ ସହ ୭୧ତମ ସାଧାରଣତନ୍ତ୍ର ଦିବସ ମଧ୍ୟ ଶେଷ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଥିଲେ। ସାଧାରଣତନ୍ତ୍ର ଦିବସର ୪ ଦିନ ପରେ ରାଜପଥରେ ସ୍ଥଳ ସେନା, ବାୟୁସେନା ଓ ନୌସେନା ପାରମ୍ପରିକ ବ୍ୟାଣ୍ଡ୍‌ର ତାଳେ ତାଳେ ମାର୍ଚ୍ଚପାଷ୍ଟ କରିଥିଲେ।

ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ପରେ ପ୍ରତି ବର୍ଷ ଜାନୁୟାରୀ ୨୯କୁ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ୩ସେନା ରାଜପଥରେ ‘ବିଟିଂ ଦ ରିଟ୍ରିଟ’ କରିବା ପରେ ନିଜ କ୍ୟାମ୍ପ୍‌କୁ ଫେରିବା ସହ ଜାତୀୟ ପତାକାକୁ ଅବତରଣ କରିଥାନ୍ତି। ଏହା ସାଧାରଣତନ୍ତ୍ର ଦିବସ ଆୟୋଜନର ଔପଚାରିକ ଶେଷ ବୋଲି କୁହାଯାଏ। ଏହି ପରମ୍ପରା ଦୀର୍ଘ ଶହେ ବର୍ଷ ପୂର୍ବରୁ ପ୍ରଚଳିତ ହୋଇଆସୁଛି।

Share