ଦିଲ୍ଲୀରେ ପ୍ରଥମ ଥର ହେଲା ରାପିଡ ଆଣ୍ଡିଜେନ୍‌ ଟେଷ୍ଟ: ୨୪୨ କଣ୍ଟେନମେଣ୍ଟ ଜୋନ୍‌ରେ ହେବ ପରୀକ୍ଷା

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀରେ ଦ୍ରୁତଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଟେଷ୍ଟିଂ ଦ୍ୱାରା ବହୁତ କମ୍‌ ସମୟ ମଧ୍ୟରେ କରୋନା ରିପୋର୍ଟ ଉପଲବ୍ଧ ହୋଇପାରିବ। ମାତ୍ର ୩୦ ମିନିଟ୍‌ରୁ ୧ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ଆସିଯିବ ବୋଲି ଜଣାପଡ଼ିଛି। ତେବେ ଦିଲ୍ଲୀରେ ପ୍ରଥମ ଥର ଆଣ୍ଟିଜେନ୍‌ ଟେଷ୍ଟିଂ ଦ୍ୱାରକା ସହରର ସେକ୍ଟର ୪ରେ ଥିବା ରତ୍ନାକର ଆପାର୍ଟମେଣ୍ଟରେ କରାଯାଇଛି। ଏଣିକି ଏହି ଟେଷ୍ଟିଂକୁ କଣ୍ଟେନମେଣ୍ଟ ଜୋନ, ହଟ୍‌ସ୍ପଟ ଓ ହସ୍ପିଟାଲରେ କରାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଖୁବ୍‌ଶୀଘ୍ର କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇପାରିବେ। ତେଣୁ ଏହି ଯାଞ୍ଚ ପାଇଁ ଦିଲ୍ଲୀରେ ୧୬୯ କେନ୍ଦ୍ର ଖୋଲାଯାଇଛି।

Share