Posted inଜାତୀୟ

ଦିଲ୍ଲୀରେ ପହଞ୍ଚିଲା କୋଲକାତା ବିବାଦ

ନୂଆଦିଲ୍ଲୀ,୧୬ା୫(ପି.ଟି.): କୋଲକାତାରେ ସୃଷ୍ଟି ହୋଇଥିବା ବିବାଦ ଦିଲ୍ଲୀରେ ପହଞ୍ଚିଛି। ମଙ୍ଗଳବାର କୋଲକାତାରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ମେଗା ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଶାହଙ୍କ ଶୋଭାଯାତ୍ରା ଉପରକୁ ଢେଲାମାଡ଼ କରାଯିବାରୁ ଉତ୍ତେଜନା ଦେଖା ଦେଇଥିଲା। କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଅପ୍ରୀତିକର ପରିସ୍ଥିତି ସାଙ୍ଗକୁ କଲେଜ୍‌ ଷ୍ଟ୍ରିଟ୍‌ ନିକଟରେ ସଂଘର୍ଷ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଖ୍ୟାତନାମା ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ କଲେଜ ହଷ୍ଟେଲ୍‌ ନିକଟରେ ମାଡ଼ପିଟ୍‌ ହେବା ସହ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯାଇଥିଲା। ଶାହଙ୍କ କାର୍‌କେଡ ଉପରେ ଆକ୍ରମଣ ଓ ହିଂସାକାଣ୍ଡ ବିରୋଧରେ ବୁଧବାର ଦିଲ୍ଲୀର ଯନ୍ତରମନ୍ତରଠାରେ ଭାଜପା ପକ୍ଷରୁ ନୀରବ ପ୍ରତିବାଦ କରାଯାଇଥିଲା। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଲାଗି ଭାଜପାକୁ ଦାୟୀ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।
ଯନ୍ତରମନ୍ତରରେ ଭାଜପାର ନୀରବ ପ୍ରତିବାଦ ସଭାରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ଜିତେନ୍ଦ୍ର ସିଂ, ବିଜୟ ଗୋୟଲ ଏବଂ ହର୍ଷବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ସେମାନେ କଳାପଟି ପିନ୍ଧି ଓଠରେ ଆଙ୍ଗୁଠି ଚାପି ବସିରହିଥିବା ଦେଖାଯାଇଥିଲା। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି ବୋଲି ଭାଜପା ନେତାମାନେ ଅଭିଯୋଗ କରିଥିଲେ। ନିର୍ବାଚନରେ ପରାଜିତ ହେବା ଜାଣି ମମତା ବିବ୍ରତ ହୋଇପଡିଛନ୍ତି ଏବଂ ହିଂସାକାଣ୍ଡ ସୃଷ୍ଟିକରିବାକୁ କର୍ମୀମାନଙ୍କୁ ଉସୁକାଉଥିବା ସୀଥାରାମନ ଅଭିଯୋଗ କରିଛନ୍ତି। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ବନ୍ଦ କୋଠରିରେ ଥିବାବେଳେ କିପରି ଭାଙ୍ଗିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୋଲକାତା ରୋଡ ଶୋ’ରେ ହିଂସା ଲାଗି ଶାସକ ଟିଏମ୍‌ସିକୁ ଦାୟୀ କରିଛନ୍ତି ଅମତ୍‌ ଶାହ। ନିର୍ବାଚନ କମିଶନ ନୀରବ ରହି ରାଜ୍ୟରେ ରିଗିଂ ଓ ହିଂସାକୁ ପ୍ରଶ୍ରୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ନିର୍ବାଚନ ପ୍ରଚାରବେଳେ ହିଂସାକାଣ୍ଡ ଦେଖାଦେବାରୁ ସେଠାରେ ସେନା ମୁତୟନ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେବା ଲାଗି ଯବାନମାନଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ଚମକାଇ ଦେଲା ୫୩ ବର୍ଷିୟ ନ୍ୟୁରୋସର୍ଜନଙ୍କ ଅସମୟ ମୃତ୍ୟୁ, ୩ ଦିନ ପୂର୍ବରୁ କରିଥିଲେ ECG, ନର୍ମାଲ ରିପୋର୍ଟ ପରେ ହାର୍ଟ ଆଟାକରେ ହେଲା…

ନାଗପୁର,୧।୧: ନାଗପୁରର ଜଣେ ପ୍ରସିଦ୍ଧ ନ୍ୟୁରୋସର୍ଜନ ଡକ୍ଟର ଚନ୍ଦ୍ରଶେଖର ପାଖମୋଡେ ଡିସେମ୍ବର ୩୧ ତାରିଖ ସକାଳେ ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଏହି...

ଭାରତ-ପାକିସ୍ତାନ ପରସ୍ପରକୁ ଦେଲେ ପରମାଣୁ ଘାଟିର ଠିକଣା, କାହିଁକି ନୂଆବର୍ଷରେ ଏମିତି କଲେ ଦୁଇ ଦେଶ? ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନ ଗୁରୁବାର (ଡିସେମ୍ବର ୧, ୨୦୨୫) କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧାଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଭାରତୀୟ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri