Categories: ଜାତୀୟ

ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ନିଖୋଜ ପୋଷ୍ଟର

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀର କେତେକ ସ୍ଥାନରେ ଏମ୍‌ପି ଗୌତମ ଗମ୍ଭୀରଙ୍କ ପୋଷ୍ଟର ଲାଗିଛି। ଏଥିରେ ଲେଖା ଯାଇଛି, ଆପଣ କ’ଣ ଏହାଙ୍କୁ ଦେଖିଛନ୍ତି କି? ଶେଷଥର ପାଇଁ ଇନ୍ଦୋରରେ ଜିଲାପି ଖାଉଥିବାର ତାଙ୍କୁ ଦେଖିବାକୁ ମିଳିଥିଲା। ଦିଲ୍ଲୀବାସୀ ଏହି ବ୍ୟକ୍ତିଙ୍କୁ ଖୋଜୁଥିବା ପୋଷ୍ଟରରେ ଲେଖାଯାଇଛି। ସୂଚନାଯୋଗ୍ୟ,ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ଏକ ବୈଠକ ଡକାଯାଇଥିଲା। ଏଥିରେ ପୂର୍ବ ଦିଲ୍ଲୀ ଏମ୍‌ପି ଗୌତମ ଗମ୍ଭୀର ଅନୁପସ୍ଥିତ ରହିଥିଲେ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

Share