Posted inଜାତୀୟ

ଦିଲ୍ଲୀରେ ଗୁଳି ଫୁଟିବା ପାଇଁ ଅନୁରାଗ ଠାକୁର ଦାୟୀ: ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏଠାରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ପ୍ରସିଦ୍ଧ ଅଭିନେତ୍ରୀ ନଗମା ଭାଜପା ନେତା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ ବର୍ଷିଛନ୍ତି। ଅନୁରାଗଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ ଦିଲ୍ଲୀରେ ଗୁଳି ଫୁଟିଲା ବୋଲି ନଗମା କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଆଦର୍ଶ ଶାସ୍ତ୍ରୀଙ୍କ ପାଇଁ କ୍ୟାମ୍ପେନ କରିବା ପାଇଁ ପହଞ୍ଚିଥିବା ନଗମା କହିଛନ୍ତି, ଅନୁରାଗ ନିଜ ପଦ ମର୍ଯ୍ୟାଦାକୁ ଯଦି ସମ୍ମାନ ଦେଇଥାନ୍ତେ ତେବେ ପ୍ରତାରକଙ୍କୁ ଗୁଳି ମାର ବୋଲି କହି ନ ଥାନ୍ତେ। ସୂଚନାଯୋଗ୍ୟ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଏକ ନିର୍ବାଚନୀ ରାଲିରେ କହିଥିଲେ ‘ଦେଶର ପ୍ରତାରକମାନଙ୍କୁ ଗୁଳି ମାର’। ଏଥିପାଇଁ ଦିଲ୍ଲୀ ନିର୍ବାଚନ ପ୍ରଚାରରୁ ତାଙ୍କୁ ସାମୟିକ ଭାବେ ବିରତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri