ଦିଲ୍ଲୀରୁ ଫେରିଗଲେଣି ୬୦% ଦେହଜୀବୀ

ନୂଆଦିଲ୍ଲୀ,୧୮ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଜୀବିକା ହରାଇ ଦିଲ୍ଲୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଯୌନକର୍ମୀ ସେମାନଙ୍କ ରାଜ୍ୟକୁ ଫେରିଗଲେଣି। କରୋନା ସଂକ୍ରମଣ ଭୟରେ ଗ୍ରାହକ ଆସୁ ନ ଥିବାରୁ ଦେହଜୀବୀଙ୍କ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିବା ଏକ ଫୋରମ୍‌ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ୫,୦୦୦ ପଞ୍ଜୀକୃତ ଯୌନକର୍ମୀ ରହୁଥିବାବେଳେ ସେଥିରୁ ପାଖାପାଖି ୩,୦୦୦ ସେମାନଙ୍କ ନିଜ ରାଜ୍ୟକୁ ଫେରିଗଲେଣି ବୋଲି ଅଲ୍‌ ଇଣ୍ଡିଆ ନେଟ୍‌ଓ୍ବର୍କ ଅଫ୍‌ ସେକ୍ସ ଓ୍ବାର୍କର୍ସର ଅଧ୍ୟକ୍ଷା କୁସୁମ କହିଛନ୍ତି। ଲକ୍‌ଡାଉନ ଆରମ୍ଭ ହେବାଠାରୁ ଜଣେ ହେଲେ ଗ୍ରାହକ ଆସୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି ବୋଲି ୮ ବର୍ଷ ହେଲା ଏହି ଧନ୍ଦାରେ ଥିବା ଶାଲିନୀ କହିଛନ୍ତି। ଦୁଇମାସ ହେଲା ସେ ଓ ତାଙ୍କ ୪ ବର୍ଷର ପୁଅ ଠିକ୍‌ଭାବରେ ଖାଇବାକୁ ପାଇ ନ ଥିବା ଅନ୍ୟ ଜଣେ ଯୌନକର୍ମୀ କହିଛନ୍ତି। ଫଳରେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।

Share