Categories: ଜାତୀୟ

ଦିଲୀପ ଓ୍ବାଲସେ ହେଲେ ପ୍ରୋଟେମ ସ୍ପିକର

ମୁମ୍ବାଇ,୨୯।୧୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଦିଲୀପ ଓ୍ବାଲସେ ପାଟିଲ ମହାରାଷ୍ଟ୍ର ବିଧାନସଭାର ପ୍ରୋଟେମ ସ୍ପିକର ଭାବେ ଶୁକ୍ରବାର ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଦିଲୀପଙ୍କୁ ପ୍ରୋଟେମ ସ୍ପିକର ଦାୟିତ୍ୱ ମିଳିଛି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ସ୍ବପ୍ନ ପୂରଣ କରିଥିବା ଶିବସେନା ନେତା ଉଦ୍ଧବ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ସେ ଖୁବ୍‌ଶୀଘ୍ର ଫ୍ଲୋରଟେଷ୍ଟ ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉଦ୍ଧବ ନିଜ ଜିଦ୍‌ରେ ଅଟଳ ରହି ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି।

Share