ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର

ନାକଟିଦେଉଳ,୯।୫(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ପଞ୍ଚାୟତର ଏକ ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀ ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ନାକଟିଦେଉଳ ଥାନାରେ ଶନିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ବୈରାଗୀ ମାଝି ଓରଫ ବାବୁଲି ନାମକ ଜଣେ ଅଭିଯୁ୍‌କ୍ତଙ୍କ ବିରୋଧରେ ନାକଟିଦେଉଳ ଥାନାରେ ଆଇପିସିର ଧାରା ୩୭୬ରେ ଏକ ମାମଲା (ନଂ.୭୦/୨୦) ରୁଜୁ କରିଛି। ହେଲେ ତାଙ୍କୁ ଗିରଫ କରି ପାରି ନାହିଁ। ରବିବାର ଯୁବତୀଙ୍କ ଡାକ୍ତରୀ ମାଇନା କରରଯିବ ବୋଲି ପୋଲିସ କହିଛି।