ଦିବ୍ୟାଙ୍ଗ ଯୁବତୀଙ୍କୁ ସହାୟତା ପ୍ରଦାନ

ଫୁଲବାଣୀ ଅଫିସ, ୫ା୯-ଆତ୍ମନିର୍ଭରଶୀଳ ହେବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଅଦମ୍ୟ ସାହସ ଦେଖି ଜିଲାପାଳ ଡା.ବୃନ୍ଦା ଡି. ସହାୟତା ଯୋଗାଇ ଦେଇଛନ୍ତି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ତାଙ୍କୁ ବୁଧବାର ସିଲେଇ ମେଶିନ ପ୍ରଦାନ କରାଯାଇଛି। ସହାୟତା ପାଇଥିବା ଏହି ଯୁବତୀ ଜଣକ ହେଲେ ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତ ଭୁତାକନାଲି ଗ୍ରାମର ଝୁନୁ କହଁର(୨୮)। ବିଗତ ଦିନରେ ଝୁନୁ ଜିଲାପାଳଙ୍କୁ ଦେଖା କରି ନିଜର ଜୀବିକା ନିର୍ବାହ ପାଇଁ ସାହାର୍ଯ୍ୟ ମାଗିଥିଲେ। ଜିଲାପାଳ ତାଙ୍କ ଆତ୍ମବିଶ୍ୱାସ ଏବଂ ସାହାସକୁ ଦେଖି ସହାୟତା ଆକାରରେ ଏକ ସିଲାଇ ମେସିନ ଦେବାପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କୁ କହିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରକଳ୍ପ ପ୍ରଶାସକ ଦାସ ଝୁନୁଙ୍କୁ ସିଲାଇ ମେଶିନ ଓ ଆନୁସାଙ୍ଗିକ ଜିନିଷ ଦେଇଛନ୍ତି। ଝୁନୁ ଏବଂ ତାଙ୍କ ମା’ ସୁଶୀଳା ଏଥିପାଇଁ ଜିଲାପାଳ, ପିଏ ଆଇଟିଡ଼ିଏଙ୍କୁ ପ୍ରଶଂସା କରିଛନ୍ତି। ସିଲେଇ ମେଶିନ ପ୍ରଦାନ ବେଳେ ବୈଦନାଥ ବେହେରା, ପ୍ରକଳ୍ପ ପ୍ରବନ୍ଧକ ପି.ମୂରଲି ମୋହନ, ବରିଷ୍ଠ କିରାଣୀ ବସନ୍ତ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର: ପୂଜାର୍ଚ୍ଚନା ସହ ଆରମ୍ଭ ହେଲା ପାଣ୍ଠି ସଂଗ୍ରହ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଆସନ୍ତା ଜାନୁୟାରୀ ୮ ଠାରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି...

ପୁଣି ବଢିଲା ଶୀତ: ଘନ କୁହୁଡି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତର ପ୍ରଭାବ ଜାରି ରହିଛି। ଶୁକ୍ରବାର ତାପମାତ୍ରାରେ ଆହୁରି ହ୍ରାସ ପାଇଛି। ଉକ୍ତ ଅଞ୍ଚଳରେ...

ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି…

ଦାରିଙ୍ଗବାଡି, ୪ ।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଗୁରୁବାର ସକାଳ ୮ଟା ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri