ଦିବ୍ୟାଙ୍ଗ ଝି’ର ଉପରେ ବୁରୁଧ୍‌ ବାପର ବୋଝ୍‌

 

ବିନିକା,୨୪ା୩ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗଁାର ଶରତ ଦାଶକଁର ଝି’ ଶୁଭଙ୍କରୀ ଦାଶ(୩୮)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ସେ ଭଲ ଭାବେ କଥା କହି ନାଇଁ ପାରବାର, ସ୍ନାୟୁ ଦୁରବଲତା ଲାଗି ମୁଡ଼ ସବୁବେଲେ ଥରୁଛେ, ଠିକ୍‌ ହିସାବେ ଚାଲି ନାଇଁପାରବାର। ହେଲେ ଆଏଜ୍‌ ବି ଭତାକେ ଛାଡ଼ି ବାକି ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ରହିଥିବାର ସେ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା ଗଁାର ଶରତ ଦାଶ(୫୭)କଁର ପରିବାର କହେଲେ ୩ ଝି’ ଶୁଭଙ୍କରୀ(୩୮), ଝରଣା(୩୦), ସଂଗୀତା(୨୬)। ଆଏଜ୍‌କେ ୧୭ ବଛର ତଲେ ମାଏକିନା ଯାଜ୍ଞସେନୀ ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌, ସଁପତି କହେଲେ ୪ ଡେସିମିଲ ଘରଡିହ। ଶରତ ଡ୍ରାଇଭର କାମ୍‌ କରି ନିଜର କୁଟୁମ ପୁଷୁଥିଲେ। ଦୁଖସୁଖ କରି ମଝିଅଁା ଆର ସାନ ଝି’କେ ବିହାଚୁରା କରିଛନ୍‌। ହେଲେ ବଏସ୍‌ ଅଧ୍‌କା ହେଲାରୁ ସେ ଏଭେ ଗାଡ଼ି ଚଲେଇ ନାଇଁପାରବାର। ଏହେଦେ ଭିନ୍ନକ୍ଷମ ଝି’ ଶୁଭଙ୍କରୀକଁର ଉପରେ ନିରଭର କରି ଚଲୁଛନ୍‌। ଶୁଭଙ୍କରୀ ଜନ୍‌ମୁ ଦିବ୍ୟାଙ୍ଗ। ସେ ୫୦ ପରତିଶତ ଭିନ୍ନକ୍ଷମ ବଲି ପରମାନପତର ପାଇଛନ୍‌। ଶୁଭଙ୍କରୀ ଦିବ୍ୟାଙ୍ଗ ହେଲେ ବି ଯୁକ୍ତ ଦୁଇ ପାସ୍‌ କରିଛନ୍‌। ତାକର ତଲର ଦୁଇ ବହେନ୍‌ ବିହାଚୁରା ହେଇଥିଲାବେଲେ ନିଜେ ଦିବ୍ୟାଙ୍ଗ ବଲି ବହା ନାଇଁ ହେଇ। ଗଁାରେ ଛୁଆକେତେଟାକୁ ଟିଉସନ୍‌ ପଢ଼େଇ ଦୁଇପଏସା ରୁଜ୍‌ଗାର କରୁଛନ୍‌। ସେ କମାନିରେ ଦୁଇ ବାପ୍‌’ଝି ଦୁଖେକଷ୍‌ଟେ ଚଲୁଛନ୍‌। ହେଲେ ଦୁଖର କଥା ଭତା ୫ଶହକେ ଛାଡ଼ିଦେଲେ ଶୁଭଙ୍କରୀ ଆଏଜ୍‌ ବି ଖାଏଦ୍‌ ସୁରକ୍ଷା ଯୋଜନାରେ ରାଶନକାର୍ଡ, ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଶୁଭଙ୍କରୀ ଆଏଜ୍‌କେ ୩ ବଛର ତଲେ ପୁରବର ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀକୁଁ ଭେଟି ଲିଖିତ ଅନୁରୋଧ କରିଥିଲେ। ହେଲେ ଆଏଜ୍‌ତକ ଇ ଦିଗେ ପରଶାସନ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ ବଲି ସେ କହିଛନ୍‌। ଇ ବାବ୍‌ଦେ ବ୍ଲକ ସାମାଜିକ ସୁରକ୍ଷା ଅଧ୍‌କାରୀ ଅଶ୍ୱିନୀ ପାଣ୍ଡେକଁୁ ପଚ୍‌ରାଲାରୁ ଏହେଦ୍‌କା ତ କରୋନାର ମୁକାବିଲା, ସଚେତନତା ଲାଗି ବହୁତ୍‌ ଭିଡ଼ଭାଡ଼ରେ ଅଛୁଁ। ଦିନାକେତେ ଉତାରୁ ଶୁଭଙ୍କରୀକଁର ସବୁ ଦରକାରୀ କାଗଜପତର, ରିପୋର୍ଟ ଆନି ସରକାରୀ ନିୟମ ହିସାବେ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri