ଦିବ୍ୟକୃପା ଲାଭର ମହାର୍ଘ ଅବସର

ପୁରୀ ଅଫିସ,୧୧।୭: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସରେ ନବମୀ ତିଥିରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡ଼ପମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତମାନେ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ କରିବା ଅପେକ୍ଷା ରାତିରେ ଦର୍ଶନ କଲେ ଦଶଗୁଣ ଫଳପ୍ରାପ୍ତି ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ସନ୍ଧ୍ୟା କାଳ ହେଉଛି ଭଗବାନଙ୍କୁ ଉପାସନା କରିବାର ପ୍ରକୃଷ୍ଟ ସମୟ। ବୈଦିକ ପରମ୍ପରା ଅନୁଯାୟୀ, ଆର୍ଯ୍ୟ ଋଷିଗଣ ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ଆଡ଼ପମଣ୍ଡପରେ ଏକ ସପ୍ତାହ ଧରି ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ପ୍ରତିଦିନ ସନ୍ଧ୍ୟା ଆସୁଥିଲେ ମଧ୍ୟ ନବମୀ ସନ୍ଧ୍ୟାର ବିଶେଷ ମହତ୍ତ୍ୱ ରହିଛି। ଏହି ସନ୍ଧ୍ୟା ହେଉଛି ଦାରୁବିଗ୍ରହମାନଙ୍କର ଆଡ଼ପମଣ୍ଡପ ଅବସ୍ଥାନର ଅନ୍ତିମ ସନ୍ଧ୍ୟା। ଏହି ଅନ୍ତିମ ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ ପ୍ରିୟ ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କୁ ଭାବ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ମହାପ୍ରଭୁ। ସ୍କନ୍ଦ ପୁରାଣରେ କୁହାଯାଇଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଆଡ଼ପମଣ୍ଡପରେ ଯେଉଁ ସାତଦିନ ଅବସ୍ଥାନ କରନ୍ତି ସେହି ସମୟରେ ପୂର୍ବ ଦିବସର କାର୍ଯ୍ୟଠାରୁ ପରଦିବସର କାର୍ଯ୍ୟ ଉତ୍ତରୋତ୍ତର ଶ୍ରେୟସ୍କର। ତଦନୁଯାୟୀ, ଆଡ଼ପମଣ୍ଡପରେ ମହାପ୍ରଭୁଙ୍କର ଅବସ୍ଥାନର ପ୍ରଥମ ଦିବସଠାରୁ କ୍ରମରେ ଅନ୍ତିମ ଦିବସ ପର୍ଯ୍ୟନ୍ତ ଉପାସନା ଉତ୍ତରୋତ୍ତର ଶ୍ରେୟସ୍କର। ଏଣୁ ଅନ୍ତିମ ଦିବସରେ ଅନୁଷ୍ଠିତ ନବମୀ ସନ୍ଧ୍ୟା ଦର୍ଶନ ବାସ୍ତବିକ ବିଶେଷ ମହତ୍ତ୍ବ ବହନ କରିଥାଏ। ଏହିଦିନ ବହୁସଂଖ୍ୟାରେ ଭକ୍ତ ସନ୍ଧ୍ୟା କାଳରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଭକ୍ତିର ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସାରି ବ୍ରାହ୍ମଣମାନଙ୍କୁ ଶ୍ରୀମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ଜନ୍ମଭୂମିରେ ପ୍ରିୟ ଭକ୍ତଗଣଙ୍କୁ ଶେଷ ସନ୍ଧ୍ୟାରେ ଦର୍ଶନ ଦେଇ ସମସ୍ତ ମନୋବାଞ୍ଛତ୍ିତ ଫଳ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଷାଢ ଶୁକ୍ଳ ନବମୀ ସନ୍ଧ୍ୟା ଦର୍ଶନ ହେଉଛି ପରମ କୃପାମୟ ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଦିବ୍ୟ କୃପା ଲାଭ କରିବାର ଏକ ମହାର୍ଘ ଅବସର ବୋଲି ଡ. ଦାଶ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri