ଦିବାଧ୍ୟାୟୀ ଛାତ୍ରୀଛାତ୍ରଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ.ଏ)- ଲକ୍‌ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଟୋକନ ଦିଆଯାଇ ୯ କେଜି ଲେଖାଏ ଚାଉଳ ପ୍ରଦାନ କରାଯାଉଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ରହିଥିବା ଛାତ୍ରୀଛାତ୍ରଙ୍କୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରାଯାଉଥିବା ବେଳେ ଅନୁସୂଚିତ ଜନଜାତି ଓ ଜାତିଙ୍କ ପାଇଁ କାର୍ଯ୍ୟକରୁଥିବା ମଙ୍ଗଳବିଭାଗ ଅଧିନରେ ରହିଥିବା ହଷ୍ଟେଲ ଛାତ୍ରୀଙ୍କୁ ୨୪ଶହ ଓ ଛାତ୍ର ୨୧୫୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ ବିଭାଗର ବିଦ୍ୟାଳୟରେ ପଢୁଥିବା ଦିବାଧ୍ୟାୟୀ ଛାତ୍ରୀଛାତ୍ର (ଡେ ସ୍କଲାର)ଙ୍କୁ ଟୋକନ ପ୍ରଦାନ କରାଯାଇଥିଲେ ସୁଦ୍ଧା ଚାଉଳ ଦିଆଯାଉନାହିଁ। ବିଦ୍ୟାଳୟକୁ ଗଲେ ସେଠାରେ ମଧ୍ୟାନ୍ନ ଭୋଜନ ମିଳୁଥିବାବେଳେ ଏବେ ଲକ୍‌ଡାଉନରେ ଘରେ ଦୁଇଓଳା ଦୁଇମୁଠା ଖାଇବାକୁ ଦେବାକୁ ଅସୁବିଧା ହେଉଥିବା ଅଭିଭାବକ ପୂର୍ଣ୍ଣଚନ୍ଦ୍ର ନାୟକ, ସୋମନାଥ ସାହୁ, ବାଲିଚନ୍ଦ୍ର ନାୟକ, ଏଲିଓ ଦିଗାଳ, ପୀତବାସ ନାୟକ ପ୍ରମୁଖ କହିଛନ୍ତି। ଏନେଇ ମଙ୍ଗଳବିଭାଗର ବ୍ଲକ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ଯେ, ତାଙ୍କ ବିଭାଗ ଭୁଲବଶତଃ ଟୋକନ ପ୍ରଦାନ କରିଛି। ବିଭାଗ ପକ୍ଷରୁ ଚାଉଳ ଦେବାକୁ ନିର୍ଦ୍ଦେଶ ନାହିଁ। ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ମଧ୍ୟ କହିଛନ୍ତି ସରକାରଙ୍କ ପକ୍ଷରୁ ସେଭଳି କିଛି ନିର୍ଦ୍ଦେଶ ନାହିଁ। ତେବେ ଟୋକନ କାହିଁକି ଦିଆଯାଇଥିବା ପ୍ରଶ୍ନରେ ବିଇଓ ରାଉତ କହିଛନ୍ତି ଯେ, ଭୁଲରେ ଦିଆଯାଇଥିଲା। ସିଆରସିସିଙ୍କ ଦ୍ୱାରା ଉକ୍ତ ଟୋକନ ଗୁଡ଼ିକ ପୁଣି ଫେରାଇ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri