ଦିନ ଗଣୁଛନ୍ତି ତାପସୀ

ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ସେ ଦିନ ଗଣୁଛନ୍ତି ଜାଣିବେନି ? କଥା କ’ଣ କି ତାଙ୍କ ଅଭିନୀତ ହିନ୍ଦୀ ସିନେମା ‘ଥାପ୍ପଡ’ ଚଳିତ ମାସ ୨୮ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ସେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ତାହାର ସଫଳତାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ। ‘ଯେତେବେଳେ ଏହି ଫିଲ୍ମର ନିର୍ଦ୍ଦେଶକ ଅନୁଭବ ସିହ୍ନା ମୋତେ ଏହାର କାହାଣୀ ଏବଂ ଏଥିରେ ମୋ ଚରିତ୍ର ବିଷୟରେ ସୂଚନା ଦେଲେ ତାହା ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଦର୍ଶକ ଏହି ଫିଲ୍ମଟିକୁ ନିଶ୍ଚୟ ପସନ୍ଦ କରିବେ ବୋଲି ମୋର ଆଶା ରହିଛି ବୋଲି କହନ୍ତି ତାପସୀ। ତାପସୀଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭିଲ ଗୁଲାଟି, ରତ୍ନା ପାଠକ ଶାହା,ତନଭି ଆଜମୀ, ଦିୟା ମିର୍ଜା ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Share