ଦିନ ଗଣୁଛନ୍ତି ତମନ୍ନା

ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ଲକ୍‌ ଡାଉନ ପାଇଁ ତ ସିନେମା ରିଲିଜ ହୋଇପାରୁନି। ଏହା ଶେଷ ହେବା ପରେ ତାଙ୍କ ଅଭିନୀତ ‘ସୁପରବୟ’ ରିଲିଜ ହେବ। ଏହି ଫିଲ୍ମରେ ତାଙ୍କୁ ମିଳିଛି ମନଲାଖି ଭୂମିକା। ଏ ବିଷୟରେ ତମନ୍ନା କହନ୍ତି, ‘ ଏଥିରେ ମୋ ଭୂମିକାଟି ହେଲା ତାନିୟା। ସେ ଜଣେ ସୁଇଟ୍‌ ଆଉ ଇନୋସେଣ୍ଟ ଗର୍ଲ। ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି, ଯିଏ ସୁପର ପାଓ୍ବାରର ଅଧିକାରୀ। ହେଲେ ସେହି ପାଓ୍ବାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିବ ବୋଲି ଆଶା ରହିଛି।’ ‘ସୁପରବୟ’ର ଟାଇଟଲ ଭୂମିକାରେ ଅଛନ୍ତି ଜ୍ୟୋତି ନାୟକ। ଖାସ୍‌ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲ୍‌ରେ ଅଭିନୟ କରୁଛନ୍ତି।

Share