ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

ଓ୍ବାଶିଂଟନ/ମସ୍କୋ/ବ୍ରାଜିଲିଆ,୨୩ା୫: ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଦିନ ଗଡ଼ିବା ସହ ଲୋକଙ୍କ ଚିନ୍ତା ଏଥିଲାଗି ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୨.୪୧ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ୩.୩୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଅନେକ ଦେଶରେ ସ୍ଥିତି ଏବେ ଜଟିଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଊର୍ଦ୍ଧ୍ୱ ନୂଆ ମାମଲା ସାମ୍ନାକୁ ଆସିଛି। ରୁଷିଆ ଓ ବ୍ରାଜିଲରେ ଉଗ୍ର ସଂକ୍ରମଣ ଦେଖାଦେଇଥିବା ବେଳେ ଭାରତରେ ମଧ୍ୟ ସମାନ ସ୍ଥିତି। ଏହି ୩ ଦେଶ ସମ୍ପ୍ରତି କରୋନା ଭୂତାଣୁର ନୂଆ ହଟ୍‌ସ୍ପଟ୍‌ ପାଲଟିଥିବା କୁହାଯାଉଛି। ବିଶ୍ୱ ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରୁଷିଆ ଓ ତୃତୀୟ ସ୍ଥାନରେ ବ୍ରାଜିଲ ରହିଥିବା ବେଳେ ଭାରତ ଏକାଦଶ ସ୍ଥାନରେ ରହିଛି। ଏହି ୩ ଦେଶରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି।
ଆମେରିକା ତାଲିକାର ଶୀର୍ଷରେ ରହିଛି। କେବଳ ଆମେରିକାରେ ୧୬.୨୫ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଏହି ବିତ୍ତଶାଳୀ ଦେଶରେ ଏପର୍ଯ୍ୟନ୍ତ ୯୬,୫୨୬ ଜୀବନ ଗଲାଣି। ଦିନକରେ ୪,୧୩୭ ନୂଆ ମାମଲା ଏଠାରେ ଦେଖିବାକୁ ମିଳିଥିବା ବେଳେ ୧୭୨ ମୁଣ୍ଡ ଗଡ଼ିଛି। ରୁଷିଆରେ ୩.୨୬ ଲକ୍ଷରୁ ଅଧିକ କରୋନା ରୋଗୀ ରହିଥିବା ବେଳେ ୩,୨୪୯ ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯ ହଜାର ନୂଆ ମାମଲା ଦେଖିବାକୁ ମିଳିଛି। ବ୍ରାଜିଲରେ ୩,୧୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୨୦,୧୧୨ ଜୀବନ ଗଲାଣି। ଦିନକରେ ଏଠାରେ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଭାରତରେ ୧.୨୫ ଲକ୍ଷ ଭୂତାଣୁ ଆକ୍ରାନ୍ତ ଥିବାବେଳେ ୩,୭୦୭ ଜଣ ମୃତ୍ୟୁବରଣ କଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬ ହଜାର ନୂଆ ମାମଲା ନଜରକୁ ଆସିଛି। ଏଭଳି ଉଗ୍ର ସଂକ୍ରମଣ ସ୍ଥିତି ଲୋକଙ୍କୁ ଆତଙ୍କିତ କରିପକାଇଛି। ଏହାବ୍ୟତୀତ ସ୍ପେନ୍‌ରେ ୨.୮୦ ଲକ୍ଷରୁ ଅଧିକ, ବ୍ରିଟେନରେ ୨.୫୪ ଲକ୍ଷରୁ ଅଧିକ, ଇଟାଲୀରେ ୨.୨୮ ଲକ୍ଷରୁ ଅଧିକ, ଫ୍ରାନ୍ସରେ ୧.୮୧ ଲକ୍ଷରୁ ଅଧିକ, ଜର୍ମାନୀରେ ୧.୭୯ ଲକ୍ଷରୁ ଅଧିକ, ତୁର୍କୀରେ ୧.୫୩ ଲକ୍ଷରୁ ଅଧିକ, ଇରାନରେ ୧.୩୧ ଲକ୍ଷରୁ ଅଧିକ ସଂକ୍ରମିତ ରହିଛନ୍ତି। ଏହିସବୁ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୭,୯୪୦, ୩୬,୩୯୩, ୩୨,୪୮୬, ୨୮,୨୧୫, ୮,୩୨୦, ୪,୨୪୯ ଓ ୭,୩୦୦ ରହିଛି। ଏହାକୁ ବାଦ୍‌ଦେଲେ ପେରୁରେ ଲକ୍ଷାଧିକ ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ୩,୧୪୮କୁ ବୃଦ୍ଧିପାଇଛି। ଅନ୍ୟଦେଶ ମଧ୍ୟରେ କାନାଡାରେ ୬,୧୫୨, ମେକ୍ସିକୋରେ ୬,୫୧୦, ବେଲଜିୟମରେ ୯,୨୧୨, ନେଦରଲାଣ୍ଡ୍ସରେ ୫,୭୮୮, ଚାଇନାରେ ୪,୬୩୪ ଓ ଇଣ୍ଡୋନେସିଆରେ ୧,୩୨୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri