Posted inରାଜ୍ୟ

ଦିନକ ପରେ ୫ମ ପାଳି ଆରମ୍ଭ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ରାଜ୍ୟରେ ବିପୁଳ ବିଜୟ ମଳିଛି। ୧୧୨ଟି ବିଧାନସଭା ଆସନ ଦଖଲ କରି ୫ମଥର ପାଇଁ ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ସାରିଛି। ରାଜ୍ୟପାଳ ମଧ୍ୟ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରିଛନ୍ତି। ଅପେକ୍ଷା କେବଳ ଶପଥ ଗ୍ରହଣକୁ । ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଆସନ୍ତା ବୁଧବାର ୧୦ଟା ୩୦ ମିନିଟ୍‌ରେ ଶପଥ ନେବେ। ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇବେ। ଗତ ୪ ପାଳିରୁ ଏଥର ଶପଥ ଗ୍ରହଣ ସମ୍ପୂର୍ଣ୍ଣ ଭିନ୍ନ ହେବ। ବାତ୍ୟା ଫନୀ ପାଇଁ ପୂର୍ବରୁ ନିରାଡମ୍ବର ଶପଥ ଉତ୍ସବ ପାଳିବା ନେଇ ବିଜେଡି ପକ୍ଷରୁ ସଙ୍କେତ ଦିଆଯାଇଥିଲେ ମଧ୍ୟ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଖୋଲା ମଇଦାନରେ ବଡ଼ ଧୁମ୍‌ଧାମରେ ହେବ ଶପଥ ଗ୍ରହଣ ଉତ୍ସବ। ସେଥିପାଇଁ ରାଜଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆକୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ବଛାଯାଇଛି।
ସେଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ବାତ୍ୟା ଫନୀ ପରେ ପ୍ରଦର୍ଶନୀ ପଡ଼ିଆରେ ଗଦାହୋଇ ରହିଥିବା ଭଙ୍ଗାକାଠ ଏବଂ କୁଢ଼କୁଢ଼ ଅଳିଆକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଇ ଚାଲିଛି ମଞ୍ଚ ପ୍ରସ୍ତୁତି। ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରଚଣ୍ଡ ଗରମରେ ଶ୍ରମିକମାନେ ଜୀବନକୁ ବାଜି ଲଗାଇ ଦିନରାତି ମଞ୍ଚ ତିଆରିରେ ଲାଗିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ନେତାଙ୍କଠାରୁ ଆରମ୍ଭକରି ବହୁ ଜନତାଙ୍କର ସମାଗମ ହେବ। କଂଗ୍ରେସ, ଭାଜପା, ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି, ତୃଣମୂଳ କଂଗ୍ରେସ, ଫରଓ୍ବାର୍ଡ ବ୍ଲକ ଆଦି ରାଜ୍ୟର ସମସ୍ତ ରାଜନୈତିକ ଦଳର ସଭାପତିମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ଗତ ନିର୍ବାଚନରେ ନବୀନଙ୍କୁ ବିପୁଳ ବିଜୟ କରାଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଶିକ୍ଷକ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ଭଳି ବହୁ ଚାଷୀ ସଂଗଠନ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେଇଥିବା ସମସ୍ତ ଶିଳ୍ପସଂସ୍ଥାକୁ ଏହି ଉତ୍ସବରେ ଯୋଗ ଦେବାକୁ ଡକରା ହୋଇଛି। ଏଥିସହିତ ଦଳର ଛାମୁଆ ସଂଗଠନଗୁଡ଼ିକ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବାଜା, ବାଣରେ ଫାଟିପଡ଼ିବ ସଭାସ୍ଥଳ। ଏଥିପାଇଁ ଦଳର ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଭିତିରିଆ ପ୍ରସ୍ତୁତ ଚାଲିଛି। ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ସିଧା ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ, ଏମ୍‌ପି ଓ ଦଳୀୟ ନେତାମାନଙ୍କୁ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଅନେକ ମନ୍ତ୍ରୀ ପଦବୀ ପାଇବା ଆଶାରେ ରହିଛନ୍ତି। କାଳେ କେତେବେଳେ ନବୀନ ନିବାସରୁ ଫୋନ୍‌ ଆସିବ ସେ ନେଇ ଚାହିଁ ରହିଛନ୍ତି। ମନ୍ତ୍ରୀ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ନୂଆ ମନ୍ତ୍ରିମଣ୍ଡଳରେ କେତେଜଣ ବରିଷ୍ଠ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ନବାଗତଙ୍କୁ ମନ୍ତ୍ରୀ ପଦବୀ ମିଳିବା ସମ୍ଭାବନା ରହିଛି। ତେବେ ଦଳ ପ୍ରତି ଆନୁଗତ୍ୟ, ନିର୍ବିବାଦୀୟ, ଦକ୍ଷ ସଂଗଠକ, ବିଜୟ ବ୍ୟବଧାନ ଆଦିକୁ ମୁଖ୍ୟ ମାନଦଣ୍ଡ ଧରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri