ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ ଧରି ଦର୍ଶକଙ୍କୁ କାର୍ଯ୍ୟକ୍ରମ ଦେଖିବା ପାଇଁ ବାଧ୍ୟ କରିଥାନ୍ତି। ସେ ଦେଖିବାକୁ ଯେମତି ଚୁଲବୁଲି ତାଙ୍କ ଉପସ୍ଥାପନା ମଧ୍ୟ ସେମିତି ରୋମାଞ୍ଚକର।
କମ୍‌ ବୟସରେ ଶୋଭନା ଆଙ୍କରିଂ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ତେବେ ବ୍ୟସ୍ତତା ଜୀବନରେ ସେ ନିଜର ସ୍ବାସ୍ଥ୍ୟ ପ୍ରତି କେବେ ହେଲେ ଅବହେଳା କରନ୍ତି ନାହିଁ। ପ୍ରଥମେ ପ୍ରଥମେ ଯଦିଓ ଶୁୁଟିଂ କାମ ମଧ୍ୟରେ ନିଜ ଶରୀର ପ୍ରତି ଧ୍ୟାନ ଦେଇପାରୁନଥିଲେ। କିନ୍ତୁ ଏବେ ସେ କେମିତି ଫିଟ୍‌ ରହିବେ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି। ପ୍ରତିଦିନ ସକାଳୁ ଉଠିଲେ ଏକ କଫି ମଗ୍‌ ଉଷୁମ ପାଣି ପଅନ୍ତି। ଏହାପରେ ବ୍ରେକ୍‌ଫାଷ୍ଟରେ କେକ୍‌ ଓ କିଛି ମିଠା ସହିତ ଲୁଣିଆ ଖାଦ୍ୟ ଖାଇଥାନ୍ତି। ଲଞ୍ଚରେ ଅଳ୍ପ ଭାତ ସହିତ ଅଧିକ ଗ୍ରିନ୍‌ ଭେଜିଟେବୁଲରେ ପ୍ରସ୍ତୁତ ତରକାରୀ ଅଧିକ ଖାଆନ୍ତି। ଏହା ସହିତ ସାଲାଡ୍‌ ଖାଇବାକୁ ସେ ଭୁଲନ୍ତି ନାହାନ୍ତି। ଖାଇବାର ଅଧଘଣ୍ଟା ପରେ ପୁଣି ଥରେ ଉଷୁମ ପାଣି ପିଅନ୍ତି। ସେହିପରି ଡିନର୍‌ରେ ଗୋଟିଏ ରୋଟି ସହିତ ଅଧିକ ତରକାରୀ ଖାଆନ୍ତି।
ଶୋଭନା ରାତିରେ ଶୋଇବାର ୧୫ମିନିଟ୍‌ ପୂର୍ବରୁ ଉଷୁମ ପାଣି ପିଅନ୍ତି। ଉଷୁମ ପାଣି ପିଇଲେ ସ୍କିନ୍‌ ଗ୍ଲେଜ୍‌ କରିବା ସହିତ ମୋଟାପଣକୁ ଦୂରେଇ ରଖିଥାଏ। ତେଣୁ ସେ ଦିନକୁ ତିନିଥର ଉଷୁମ ପାଣି ପିଇଥାନ୍ତି ବୋଲି ଶୋଭନା କୁହନ୍ତି। ତାଙ୍କ ମତରେ ଉଷୁମ ପାଣି ପିଇଲେ ବ୍ରେନ୍‌ ସକ୍ରିୟ ରହିବ। ତେଲମସଲା ଖାଦ୍ୟଠାରୁ ସେ ଦୂରେଇ ରୁହନ୍ତି। ଆଉ ସବୁବେଳେ ଘରୋଇ ଖାଦ୍ୟକୁ ପସନ୍ଦ କରନ୍ତି। ଜଣେ ସେଲିବ୍ରିଟି ବୋଲି ନୁହେଁ, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବାକୁ ହେଲେ ଫିଟ୍‌ ରହିବା ଜରୁରୀ। ବିଶେଷ କରି ମହିଳାମାନେ ନିଜେ ଫିଟ୍‌ ରହିବା ଆବଶ୍ୟକ ବୋଲି ଶୋଭନା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri