ଦିନକରେ ୮୭ ଜଣଙ୍କ ନାଁରେ ମାମଲା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)-କରୋନା ନେଇ ଜାରି ହୋଇଥିବା ଗାଇଡଲାଇନ ଓ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ଗଞ୍ଜାମ ପୋଲିସ ଜିଲାରେ ଗୁରୁବାର ୩୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୭ ଜଣଙ୍କ ନାଁ ରହିଛି। ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।