Categories: ବାଣିଜ୍ୟ

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି। ତେବେ ମଙ୍ଗଳବାର ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୩୮,୩୭୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ନିଖିଳ ଭାରତ ସର୍ରାଫା ସଂଘ ଅନୁସାରେ ଔଦ୍ୟୋଗିକ ସଂସ୍ଥାଗୁଡ଼ିକ ଏବଂ ମୁଦ୍ରା ନିର୍ମାତାଙ୍କ ପକ୍ଷରୁ ଅଧିକ କିଣାକିଣି କରାଯିବା ଏବଂ ବିଶ୍ୱ ବଜାରରେ ଦରବୃଦ୍ଧି ଯୋଗୁ ଦେଶରେ ରୁପା ଦର ବଢ଼ିଛି। ବିଶ୍ୱ ସ୍ତରରେ ନ୍ୟୁୟର୍କରେ ସୁନା ମୂଲ୍ୟ ୧୫୨୦.୩୭ ଡଲାର ପ୍ରତି ଆଉନ୍ସ ଏବଂ ରୁପା ମୂଲ୍ୟ ୧୭.୩୨ ଡଲାର ପ୍ରତି ଆଉନ୍ସ ରହିଛି।

Share