Categories: ଜାତୀୟ

‘ଦିଦି ମୋର ଏକ ଅଭିଯୋଗ, ପ୍ରତିଶ୍ରୁତି ପାଳନ ନ କରି ଚାଲିଗଲ’

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କୁ ମନେପକାଇ ଏକ ଭାବୁକ ଟୁଇଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ ଲେଖିଛନ୍ତି, ଦିଦି ଆପଣଙ୍କ ନିକଟରେ ମୋର ଏକ ଅଭିଯୋଗ, ବାଂଶୁରୀକୁ ଏକ ରେଷ୍ଟୁରାଣ୍ଟ ବାଛିବାକୁ କହିଥିଲ, ଯେଉଁଠାକୁ ଆପଣ ମୋତେ ମଧ୍ୟାହ୍ନ ଭୋଜନରେ ନେଇଯିବାକୁ ପ୍ରତଶ୍ରୁତି ଦେଇଥିଲ। କିନ୍ତୁ ତାହା ପାଳନ ନ କରି ଆମ ଦୁଇଜଣଙ୍କଠାରୁ ଚାଲିଗଲ। ସୂଚନାଯୋଗ୍ୟ, ସୁଷମାଙ୍କ ହୃଦଘାତରେ ପରଲୋକ ଘଟିଛି।

Share