ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ୮.୬ କୋଟି ପିଲା

ନୂଆଦିଲ୍ଲୀ,୧ା୬:ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ଘୋର ଆର୍ଥିକ ଅବନତି ଘଟିଛି। ଏହାର ପ୍ରଭାବରେ ୨୦୨୦ ଶେଷ ସୁଦ୍ଧା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର ଗରିବ ପରିବାରରେ ରହୁଥିବା ପିଲାଙ୍କ ସଂଖ୍ୟା ୮.୬ କୋଟି (୧୫%) ବୃଦ୍ଧି ହୋଇ ୬୭.୨ କୋଟିରେ ପହଞ୍ଚିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିସେଫ୍‌ ଏବଂ ମାନବିକ ସଂଗଠନ ‘ସେଭ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, କୋଭିଡ୍‌-୧୯ ଜନିତ ଆର୍ଥିକ ଦୁର୍ଦ୍ଦଶା ୮.୬ କୋଟି ଅଧିକ ପିଲାଙ୍କୁ ଚଳିତବର୍ଷ ଶେଷ ସୁଦ୍ଧା ପାରିବାରିକ ଦରିଦ୍ର ଅବସ୍ଥା ମଧ୍ୟକୁ ଠେଲିଦେବ। ମହାମାରୀ ଯୋଗୁ ଘୋର ଆର୍ଥିକ ସଙ୍କଟରେ ପଡ଼ିଥିବା ପରିବାରଗୁଡ଼ିକୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ। ନଚେତ୍‌ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ମୋଟ ପିଲାଙ୍କ ସଂଖ୍ୟା ବର୍ଷ ଶେଷ ସୁଦ୍ଧା ୬୭.୨ କୋଟିରେ ପହଞ୍ଚିପାରେ। ଏହି ପିଲାମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ଉପ ସାହାରୀୟ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ବାସ କରନ୍ତି। ଦାରିଦ୍ର୍ୟ ମଧ୍ୟକୁ ଠେଲି ହେଉଥିବା ପିଲାଙ୍କ ସଂଖ୍ୟା ୟୁରୋପ ଏବଂ ମଧ୍ୟ ଏସିଆର ଦେଶଗୁଡିକରେ ସର୍ବାଧିକ ୪୪% ଏବଂ ଲାଟିନ ଆମେରିକା ଓ କାରିବିଆନ ଅଞ୍ଚଳରେ ୨୨% ବୃଦ୍ଧି ଘଟିପାରେ।
ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର୍‌ କହିଛନ୍ତି, କରୋନା ମହାମାରୀ ଅଭୂତପୂର୍ବ ସାମାଜିକ-ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଛି, ଯାହା ସମଗ୍ର ବିଶ୍ୱରେ ପରିବାରଗୁଡ଼ିକର ସମ୍ବଳ ଖାଲି କରିବାରେ ଲାଗିଛି। ପିଲାମାନେ ଯେଭଳି ଅତ୍ୟାବଶ୍ୟକ ସେବାରୁ ବଞ୍ଚତ୍ତ ନ ହେବେ ଏବଂ ଶିଶୁ ଦାରିଦ୍ର୍ୟ ହ୍ରାସ ପାଇବ ସେନେଇ ବର୍ଷ ବର୍ଷ ଧରି ଚାଲିଥିବା ଉଦ୍ୟମକୁ ଯେଉଁ ସଫଳତା ମିଳିଛି ତାହା ଏବେ ହାତଛଡ଼ା ହୋଇପାରେ। ପରିବାରରେ ଆର୍ଥିକ ସଙ୍କଟର ପରିମାଣ ବୃଦ୍ଧି ପାଇବା ଯୋଗୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିତ ପଦକ୍ଷେପ ବିନା ପରିବାରଗୁଡିକ ଅଧିକରୁ ଅଧିକ ଦାରିଦ୍ର୍ୟକୁ ଠେଲି ହୋଇପାରନ୍ତି। ଗରିବ ପରିବାରଗୁଡ଼ିକ ଏଭଳି ଅଭାବର ସମ୍ମୁଖୀନ ହୋଇପାରନ୍ତି, ଯାହା କେତେକ ଦଶନ୍ଧି ମଧ୍ୟରେ ଦେଖାଯାଇନାହିଁ ବୋଲି ହେନେରେଟା କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ହଠାତ୍‌ ନିଯୁକ୍ତି ହରାଇବା ଫଳରେ ବହୁ ପରିବାର ସେମାନଙ୍କ ପିଲାମାନଙ୍କୁ ଖାଦ୍ୟ ଓ ପାଣି ଭଳି ମୌଳିକ ଆବଶ୍ୟକତା ଯୋଗାଇବାରେ ପ୍ରାୟତଃ ସକ୍ଷମ ହେଉନାହାନ୍ତି। ସେହିପରି ସେମାନଙ୍କୁ ସ୍ବାସ୍ଥ୍ୟସେବା ଓ ଶିକ୍ଷା ମିଳିବା ସମ୍ଭାବନା କମ୍‌ ଥିବାବେଳେ ବାଲ୍ୟବିବାହ ସମେତ ଶିଶୁଙ୍କ ପ୍ରତି ହିିଂସା, ଶୋଷଣ ଏବଂ ଅତ୍ୟାଚାରର ବିପଦ ରହିଛି। ସେଭ ଦି ଚିଲ୍‌ଡ୍ରେନ୍‌ ଇଣ୍ଟରନ୍ୟାଶନାଲ ସିଇଓ ଇଙ୍ଗର ଆଶିଙ୍ଗ କହିଛନ୍ତି ଯେ, କ୍ଷୁଧା ଏବଂ ପୁଷ୍ଟିହୀନତା ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ପିଲାମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡ଼ିନ୍ତି, ଯାହା ଜୀବନସାରା ସେମାନଙ୍କୁ ପ୍ରଭାବିତ କରିଥାଏ। ଏବେ ଯଦି ଆମେ ଦୃଢ଼ ନିଷ୍ପତ୍ତି ନେଇ କାର୍ଯ୍ୟ କରିବା ତା’ହେଲେ ମହାମାରୀ ବିପଦରୁ ଗରିବ ଦେଶର ଏବଂ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଥିବା ପିଲାମାନଙ୍କୁ ରକ୍ଷା କରିପାରିବା। ଏହି ରିପୋର୍ଟ ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ପିଲାମାନଙ୍କ ପାଇଁ ଦାରିଦ୍ର୍ୟ ଅନିବାର୍ଯ୍ୟ ନୁହେଁ ବୋଲି ଆଶିଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri