ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ ୮.୬ କୋଟି ପିଲା

ନୂଆଦିଲ୍ଲୀ,୧ା୬:ମହାମାରୀ କରୋନା ଯୋଗୁ ସାରା ବିଶ୍ୱରେ ଘୋର ଆର୍ଥିକ ଅବନତି ଘଟିଛି। ଏହାର ପ୍ରଭାବରେ ୨୦୨୦ ଶେଷ ସୁଦ୍ଧା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକର ଗରିବ ପରିବାରରେ ରହୁଥିବା ପିଲାଙ୍କ ସଂଖ୍ୟା ୮.୬ କୋଟି (୧୫%) ବୃଦ୍ଧି ହୋଇ ୬୭.୨ କୋଟିରେ ପହଞ୍ଚିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିସେଫ୍‌ ଏବଂ ମାନବିକ ସଂଗଠନ ‘ସେଭ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, କୋଭିଡ୍‌-୧୯ ଜନିତ ଆର୍ଥିକ ଦୁର୍ଦ୍ଦଶା ୮.୬ କୋଟି ଅଧିକ ପିଲାଙ୍କୁ ଚଳିତବର୍ଷ ଶେଷ ସୁଦ୍ଧା ପାରିବାରିକ ଦରିଦ୍ର ଅବସ୍ଥା ମଧ୍ୟକୁ ଠେଲିଦେବ। ମହାମାରୀ ଯୋଗୁ ଘୋର ଆର୍ଥିକ ସଙ୍କଟରେ ପଡ଼ିଥିବା ପରିବାରଗୁଡ଼ିକୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ। ନଚେତ୍‌ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ମୋଟ ପିଲାଙ୍କ ସଂଖ୍ୟା ବର୍ଷ ଶେଷ ସୁଦ୍ଧା ୬୭.୨ କୋଟିରେ ପହଞ୍ଚିପାରେ। ଏହି ପିଲାମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ଉପ ସାହାରୀୟ ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ବାସ କରନ୍ତି। ଦାରିଦ୍ର୍ୟ ମଧ୍ୟକୁ ଠେଲି ହେଉଥିବା ପିଲାଙ୍କ ସଂଖ୍ୟା ୟୁରୋପ ଏବଂ ମଧ୍ୟ ଏସିଆର ଦେଶଗୁଡିକରେ ସର୍ବାଧିକ ୪୪% ଏବଂ ଲାଟିନ ଆମେରିକା ଓ କାରିବିଆନ ଅଞ୍ଚଳରେ ୨୨% ବୃଦ୍ଧି ଘଟିପାରେ।
ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର୍‌ କହିଛନ୍ତି, କରୋନା ମହାମାରୀ ଅଭୂତପୂର୍ବ ସାମାଜିକ-ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଛି, ଯାହା ସମଗ୍ର ବିଶ୍ୱରେ ପରିବାରଗୁଡ଼ିକର ସମ୍ବଳ ଖାଲି କରିବାରେ ଲାଗିଛି। ପିଲାମାନେ ଯେଭଳି ଅତ୍ୟାବଶ୍ୟକ ସେବାରୁ ବଞ୍ଚତ୍ତ ନ ହେବେ ଏବଂ ଶିଶୁ ଦାରିଦ୍ର୍ୟ ହ୍ରାସ ପାଇବ ସେନେଇ ବର୍ଷ ବର୍ଷ ଧରି ଚାଲିଥିବା ଉଦ୍ୟମକୁ ଯେଉଁ ସଫଳତା ମିଳିଛି ତାହା ଏବେ ହାତଛଡ଼ା ହୋଇପାରେ। ପରିବାରରେ ଆର୍ଥିକ ସଙ୍କଟର ପରିମାଣ ବୃଦ୍ଧି ପାଇବା ଯୋଗୁ ଏଭଳି ଆଶଙ୍କା ଦେଖାଦେଇଛି। ମିଳିତ ପଦକ୍ଷେପ ବିନା ପରିବାରଗୁଡିକ ଅଧିକରୁ ଅଧିକ ଦାରିଦ୍ର୍ୟକୁ ଠେଲି ହୋଇପାରନ୍ତି। ଗରିବ ପରିବାରଗୁଡ଼ିକ ଏଭଳି ଅଭାବର ସମ୍ମୁଖୀନ ହୋଇପାରନ୍ତି, ଯାହା କେତେକ ଦଶନ୍ଧି ମଧ୍ୟରେ ଦେଖାଯାଇନାହିଁ ବୋଲି ହେନେରେଟା କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ହଠାତ୍‌ ନିଯୁକ୍ତି ହରାଇବା ଫଳରେ ବହୁ ପରିବାର ସେମାନଙ୍କ ପିଲାମାନଙ୍କୁ ଖାଦ୍ୟ ଓ ପାଣି ଭଳି ମୌଳିକ ଆବଶ୍ୟକତା ଯୋଗାଇବାରେ ପ୍ରାୟତଃ ସକ୍ଷମ ହେଉନାହାନ୍ତି। ସେହିପରି ସେମାନଙ୍କୁ ସ୍ବାସ୍ଥ୍ୟସେବା ଓ ଶିକ୍ଷା ମିଳିବା ସମ୍ଭାବନା କମ୍‌ ଥିବାବେଳେ ବାଲ୍ୟବିବାହ ସମେତ ଶିଶୁଙ୍କ ପ୍ରତି ହିିଂସା, ଶୋଷଣ ଏବଂ ଅତ୍ୟାଚାରର ବିପଦ ରହିଛି। ସେଭ ଦି ଚିଲ୍‌ଡ୍ରେନ୍‌ ଇଣ୍ଟରନ୍ୟାଶନାଲ ସିଇଓ ଇଙ୍ଗର ଆଶିଙ୍ଗ କହିଛନ୍ତି ଯେ, କ୍ଷୁଧା ଏବଂ ପୁଷ୍ଟିହୀନତା ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ପିଲାମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡ଼ିନ୍ତି, ଯାହା ଜୀବନସାରା ସେମାନଙ୍କୁ ପ୍ରଭାବିତ କରିଥାଏ। ଏବେ ଯଦି ଆମେ ଦୃଢ଼ ନିଷ୍ପତ୍ତି ନେଇ କାର୍ଯ୍ୟ କରିବା ତା’ହେଲେ ମହାମାରୀ ବିପଦରୁ ଗରିବ ଦେଶର ଏବଂ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଥିବା ପିଲାମାନଙ୍କୁ ରକ୍ଷା କରିପାରିବା। ଏହି ରିପୋର୍ଟ ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ପିଲାମାନଙ୍କ ପାଇଁ ଦାରିଦ୍ର୍ୟ ଅନିବାର୍ଯ୍ୟ ନୁହେଁ ବୋଲି ଆଶିଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri