ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅସହାୟଙ୍କ ପାଇଁ ମୂଲ୍ୟହୀନ: ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଶତାୟୁ ବିଦ୍ୟାଧର

ଖଣ୍ଡପଡା,୭ା୯(ସ୍ବ.ପ୍ର.): ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଅସହାୟଙ୍କ ପାଇଁ ମୂଲ୍ୟହୀନ ହୋଇପଡିଛି। ଘରଦ୍ୱାର ଏପରି କି କୋଠାବାଡି ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ ଗୃହଶୂନ୍ୟ ଲୋକେ ଏଥିରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଏପରି ଜଣେ ଶତାୟୁ ବ୍ୟକ୍ତି ହେଉଛନ୍ତି ବିଦ୍ୟାଧର ବେହେରା। ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ବିଦ୍ୟାଧର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ। ୧୦୬ ବର୍ଷ ବୟସ୍କ ବିଦ୍ୟାଧରଙ୍କ ପାଇଁ ରୋଗ ଦାଉ ସାଧୁଛି ା ୯୦ବର୍ଷର ସ୍ତ୍ରୀ, ୭୦ବର୍ଷ ବୟସ୍କ ପୁଅ, ବୋହୂ ଓ ମାନସିକ ଅନଗ୍ରସର ନାତୁଣିଙ୍କୁ ନେଇ ତାଙ୍କ ପରିବାର। ବିଦ୍ୟାଧର ଗାଁ ପ୍ରଧାନଙ୍କ ଘରେ ୪୦ ବର୍ଷ ଓ ଗାଁ ମୁଖିଆଙ୍କ ଘରେ ୬ ବର୍ଷ ଏପରି ୪୬ ବର୍ଷ କାଳ ହଳିଆ ଭାବରେ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରୁଥିଲେ। ଜୀବନସାରା କଠିନ ପରିଶ୍ରମ କରି ସଂସାର ଚଳାଇଥିବା ଏହି ବୃଦ୍ଧ ବ୍ୟକ୍ତି ଜଣକ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ା ଆଣ୍ଠୁଗଣ୍ଠି ବାତରେ ପୀଡିତ ଥିଲେ ମଧ୍ୟ ଆର୍ଥତ୍କ ଅନଟନ ଯୋଗୁ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ। ପ୍ରତିମାସରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କାରେ ୫ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି। ସ୍ଥାନୀୟ ଅଞ୍ଚଳର ଜଙ୍ଗଲ ଜମିରେ ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ଖଣ୍ଡେ ନିର୍ମାଣ କରିଥିଲେ ହେଁ ଅର୍ଥାଭାବ ଯୋଗୁ ତାହା ଏବେ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ପ୍ରଧାନମନ୍ତ୍ରୀ ଆବସ ନତୁବା ବିଜୁ ପକ୍କାଘର ଯୋଜନାରେ ବାସଗୃହ ଖଣ୍ଡେ ପାଇବା ପାଇଁ ସେ କୋସକା ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କେହିହେଲେ ତାଙ୍କ ଦୁଃଖ ବୁଝିଲେ ନାହିଁ ବୋଲି କୋହଭରା କଣ୍ଠରେ କୁହନ୍ତି ବିଦ୍ୟାଧର। ଏହି ବୃଦ୍ଧ ବ୍ୟକ୍ତିଙ୍କ ପରିବାରକୁ ଆବାସ ଯୋଜନାରେ ଗୃହ ଯୋଗାଇଦେବା ନିମନ୍ତେ ରାମଚନ୍ଦ୍ରପୁର ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ କୋସକା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ବିଦ୍ୟାଧରଙ୍କୁ ଏବେ ୧୦୬ ବର୍ଷ ହୋଇଥିବା ବେଳେ ତାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା କରାଯାଇଛି ା ତେବେ ଆସନ୍ତାକାଲି ସେ ବିଦ୍ୟାଧରଙ୍କ ପାଖକୁ ଯାଇ ତାଙ୍କ ଅଭାବ ଅସୁବିଧା ସମ୍ପର୍କରେ ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ...

ବୁଲେଟ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ବାଇକ୍‌ ଆରୋହୀଙ୍କ ଜୀବନ

ଓଡଗାଁ,୩୦।୯(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ୨୧ ନମ୍ବର ରାଜ୍ୟ ରାଜପଥ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ...

ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା

ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri