ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅସହାୟଙ୍କ ପାଇଁ ମୂଲ୍ୟହୀନ: ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଶତାୟୁ ବିଦ୍ୟାଧର

ଖଣ୍ଡପଡା,୭ା୯(ସ୍ବ.ପ୍ର.): ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ଅସହାୟଙ୍କ ପାଇଁ ମୂଲ୍ୟହୀନ ହୋଇପଡିଛି। ଘରଦ୍ୱାର ଏପରି କି କୋଠାବାଡି ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉଥିବା ବେଳେ ଗୃହଶୂନ୍ୟ ଲୋକେ ଏଥିରୁ ବଞ୍ଚତ୍ତ ହୋଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଏପରି ଜଣେ ଶତାୟୁ ବ୍ୟକ୍ତି ହେଉଛନ୍ତି ବିଦ୍ୟାଧର ବେହେରା। ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ବିଦ୍ୟାଧର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ। ୧୦୬ ବର୍ଷ ବୟସ୍କ ବିଦ୍ୟାଧରଙ୍କ ପାଇଁ ରୋଗ ଦାଉ ସାଧୁଛି ା ୯୦ବର୍ଷର ସ୍ତ୍ରୀ, ୭୦ବର୍ଷ ବୟସ୍କ ପୁଅ, ବୋହୂ ଓ ମାନସିକ ଅନଗ୍ରସର ନାତୁଣିଙ୍କୁ ନେଇ ତାଙ୍କ ପରିବାର। ବିଦ୍ୟାଧର ଗାଁ ପ୍ରଧାନଙ୍କ ଘରେ ୪୦ ବର୍ଷ ଓ ଗାଁ ମୁଖିଆଙ୍କ ଘରେ ୬ ବର୍ଷ ଏପରି ୪୬ ବର୍ଷ କାଳ ହଳିଆ ଭାବରେ ଜୀବିକା ନିର୍ବାହ କରି ପରିବାର ପ୍ରତିପୋଷଣ କରୁଥିଲେ। ଜୀବନସାରା କଠିନ ପରିଶ୍ରମ କରି ସଂସାର ଚଳାଇଥିବା ଏହି ବୃଦ୍ଧ ବ୍ୟକ୍ତି ଜଣକ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି ା ଆଣ୍ଠୁଗଣ୍ଠି ବାତରେ ପୀଡିତ ଥିଲେ ମଧ୍ୟ ଆର୍ଥତ୍କ ଅନଟନ ଯୋଗୁ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ। ପ୍ରତିମାସରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କାରେ ୫ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି। ସ୍ଥାନୀୟ ଅଞ୍ଚଳର ଜଙ୍ଗଲ ଜମିରେ ମୁଣ୍ଡ ଗୁଞ୍ଜିବାକୁ ବାସଗୃହ ଖଣ୍ଡେ ନିର୍ମାଣ କରିଥିଲେ ହେଁ ଅର୍ଥାଭାବ ଯୋଗୁ ତାହା ଏବେ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ପ୍ରଧାନମନ୍ତ୍ରୀ ଆବସ ନତୁବା ବିଜୁ ପକ୍କାଘର ଯୋଜନାରେ ବାସଗୃହ ଖଣ୍ଡେ ପାଇବା ପାଇଁ ସେ କୋସକା ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କେହିହେଲେ ତାଙ୍କ ଦୁଃଖ ବୁଝିଲେ ନାହିଁ ବୋଲି କୋହଭରା କଣ୍ଠରେ କୁହନ୍ତି ବିଦ୍ୟାଧର। ଏହି ବୃଦ୍ଧ ବ୍ୟକ୍ତିଙ୍କ ପରିବାରକୁ ଆବାସ ଯୋଜନାରେ ଗୃହ ଯୋଗାଇଦେବା ନିମନ୍ତେ ରାମଚନ୍ଦ୍ରପୁର ଗ୍ରାମବାସୀ ଦାବି କରିଛନ୍ତି ା ଏ ସମ୍ପର୍କରେ କୋସକା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ବିଦ୍ୟାଧରଙ୍କୁ ଏବେ ୧୦୬ ବର୍ଷ ହୋଇଥିବା ବେଳେ ତାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା କରାଯାଇଛି ା ତେବେ ଆସନ୍ତାକାଲି ସେ ବିଦ୍ୟାଧରଙ୍କ ପାଖକୁ ଯାଇ ତାଙ୍କ ଅଭାବ ଅସୁବିଧା ସମ୍ପର୍କରେ ବୁଝି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri