ଦାରିଙ୍ଗବାଡ଼ି ଥାନା ନୂତନ ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦେଲେ କୌଶିକ ମାଝି

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନୂତନ ଆଇଆଇସି ଭାବେ କୌଶିକ ମାଝି ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଥାନାରେ ଦୀର୍ଘ ୬ ବର୍ଷ ଧରି ସବ୍‌ଇନ୍ସପେକ୍ଟର ଏବଂ ଆଇଆଇସି ଭାବେ କାର୍ଯ୍ୟ କରିଛନ୍ତି। ସାଇବର ଥାନା ସମେତ ବି.ଏନ୍‌.ପୁର, ବଡ଼ବଜାର ଥାନା ଅଞ୍ଚଳରେ କାର୍ଯ୍ୟ କରିବା ପରେ ତାଙ୍କର କନ୍ଧମାଳ ଜିଲାକୁ ବଦଳି ହୋଇଥିଲା।କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ତାଙ୍କୁ ଅଲେଖ ଗରଡ଼ିଆଙ୍କ ସ୍ଥାନରେ ନିଯୁକ୍ତି ଦେଇଥିବା ବେଳେ ଆଇଆଇସି ଗରଡ଼ିଆ ରାଇକିଆ ଥାନାକୁ ବଦଳି ହୋଇଛନ୍ତି। ନୂତନଭାବେ ସେ ଦାୟିତ୍ୱ ନେବା ପରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚୋରି ଡକାୟତି ରୋକିବା, ଚୋରା ମଦ କାରବାର ସହ ଗଞ୍ଜା ବ୍ୟବସାୟକୁ ରୋକିବା ଦିଗରେ ଗୁରୁତ୍ୱ ପ୍ରଦାନ କରିବେ ବୋଲି କହିଛନ୍ତି ।