ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ

ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ ଚଳିତ ବର୍ଷ କାଜୁ ଫସଲରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ଯେତିକି କାଜୁ ଅମଳ ହେଉଥିଲା ତାହା ଚଳିତ ବର୍ଷ ୩୦ ରୁ ୪୦ ପ୍ରତିଶତକୁ ଖସିଆସିଛି।
ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଚଳିତବର୍ଷ ଫସଲ ନଷ୍ଟ ହୋଇଥିବାରୁ ଏଭଳି ଅମଳ କମିଥିବା କାଜୁ ବ୍ୟବସାୟୀ ରାମ ପୃଷ୍ଟି କହିଛନ୍ତି। ସେ କହିଛନ୍ତି ଯେ, ଚଳିତବର୍ଷ କାଜୁର ମାନ ମଧ୍ୟ ନିମ୍ନ ରହିଛି। ସେଥି ପାଇଁ ବଜାରରେ ଏହାର ଚାହିଦା କମିଥିବା ସେ ଆଶଙ୍କା କରିଛନ୍ତି। ସେପଟେ କିଲୋ ପିଚ୍ଛା ୧୨୫ରୁ ଉର୍ଦ୍ଧ୍ୱ ଦର ରହୁଥିବା ବେଳେ ଚଳିତବର୍ଷ ଚାଷୀଙ୍କୁ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଗୋଟିଏ ପଟେ ଫସଲ ଅମଳ ହ୍ରାସ, ଅନ୍ୟପଟେ ଶସ୍ତା ଦରରେ ବିକି ଚାଷୀ ବିପୁଳ କ୍ଷତି ସହୁଛି।
ଏବେ ସରକାର ଉକ୍ତ ବ୍ଲକ ଅଞ୍ଚଳରେ ବିଭିନ୍ନ ଚାଷ ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ କାଜୁ ଚାଷୀଙ୍କୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚଳିତବର୍ଷ ଜିଲାର ବାଲିଗୁଡା ଉପଖଣ୍ଡ ଅଞ୍ଚଳର ୯ଟି ବ୍ଲକ ତଥା ତୁମଡିବନ୍ଧ ସମେତ କୋଟଗଡ, ବାଲିଗୁଡା, କ. ନୂଆଗଁା, ଦାରିଙ୍ଗବାଡି, ରାଇକିଆ, ଜି.ଉଦୟଗିରି, ଟିକାବାଲି ଏବଂ ଚକାପାଦ ଅଞ୍ଚଳରେ ୩ଶହ ହେକ୍ଟର ଜମିରେ କାଜୁ ଚାଷ ପାଇଁ ସହାୟତା ପ୍ରଦାନ କରାଯାଇଥିବା ବେଳେ ସେଥିରୁ କେବଳ ଦାରିଙ୍ଗବାଡିରେ ୪୦ହେକ୍ଟର ପର୍ଯ୍ୟନ୍ତ କାଜୁ ଚାଷ କରାଯାଇଛି। ଚାଷୀଙ୍କୁ ସମସ୍ତ ପ୍ରାପ୍ୟ ମିଳି ନ ଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ନୂତନ ଭାବେ ଚାଷ କରୁଥିବା ଚାଷୀଙ୍କୁ ଗୋଟିଏ ହେକ୍ଟର ଜମି ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ରହିଛି। ପ୍ରଥମ ବର୍ଷ ୧୨ ହଜାର, ଦ୍ୱିତୀୟ ବର୍ଷ ୪ ହଜାର ଓ ତୃତୀୟ ବା ଶେଷ ବର୍ଷ ଆଉ ୪ ହଜାର ସହାୟତା କରାଯାଉଥିବା ବେଳେ ଏହା ୩ ବର୍ଷ ମଧ୍ୟରେ ସମସ୍ତ ପ୍ରାପ୍ୟ ବ୍ୟାଙ୍କ ପାସ ବୁକ୍‌ ଜରିଆରେ ମିଳିବ ବୋଲି ବାଲିଗୁଡା ଉପଖଣ୍ଡ ସ୍ତରୀୟ ଉଦ୍ୟାନ ବିଭାଗର ଅତିରିକ୍ତ ଉପନର୍ଦ୍ଦେଶକ ରମାକାନ୍ତ ଗିରି କହିଛନ୍ତି। ସେ କହିଛନ୍ତି ଯେ, ଏବେ କାଜୁ ଚାଷକୁ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଅଞ୍ଚଳରେ ଅଧିକା ଗୁରୁତ୍ୱ ପ୍ରଦାନ କରାଯାଇଛି। ସେଠାକାର ଜଳବାୟୁ କାଜୁ ଚାଷ ପାଇଁ ଅନୁକୂଳ ଥିବା ସେ କହିଛନ୍ତି।
ସୂଚନାଯୋରଗ୍ୟ ଯେ, ଅଞ୍ଚଳରେ ପୂର୍ବରୁ ଚାଷୀ କେବଳ ହଳଦୀ, ଅଦା, କାନ୍ଦୁଲ, ଶୋରିଷ, ତିଳା, ଆଦି ଚାଷ କରୁଥିବା ବେଳେ ଏବେ ଆମ୍ବ, କଦଳୀ, ଫୁଲ ଝାଡୁ, ପନିପରିବା ଆଦି ଚାଷକରି ଭଲ ଦି ପଇସା ରୋଜଗାର କରୁଛନ୍ତି। ସେହିପରି କାଜୁର ବଜାର ଦର ମଧ୍ୟ ଭଲ ରହୁଥିବାରୁ ଏହାକୁ ଏବେ ଚାଷୀ ଆଦରି ନେଇଛି। କୁମ୍ଭାରିଗାଁ ପଞ୍ଚାୟତ ଲମ୍ବକିଆରୀ ଗ୍ରାମରେ ପ୍ରାୟ ୪୦ ଏକର ଜମିରେ ଏହି ଚାଷ କରାଯାଉଥିବା ବେଳେ ବ୍ରାହ୍ମଣୀଗଁାରେ ପ୍ରାୟ ୩୦ ଏକର, ଝିଞ୍ଜିରିଗୁଡା କିରାମାହାରେ ୩୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହା ମାର୍ଚ୍ଚ ମାସଠାରୁ ମେ’ ପର୍ଯ୍ୟନ୍ତ ଆଦାୟ ଓ ବିକ୍ରି କରାଯାଉଛି। ଆଦାୟ ପୂର୍ବରୁ ନିଅଁା ଦାଉରୁ ଏହାକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ୫ବର୍ଷ ପରିଶ୍ରମ କଲେ ଏହି ଚାଷରେ ବହୁତ ଫାଇଦା ରହିଥିବା କାଜୁ ଚାଷୀ ମାରିଆନ ଉଠାଣ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri