ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୬.୫ ଡିଗ୍ରୀକୁ ଖସିଲା, ରବିବାର ବଢ଼ିପାରେ

ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇବା ସହ ତାପମାତ୍ରା ହ୍ରାସ ପାଇ ସକାଳ ୮ଟା ସୁଦ୍ଧା ୬.୫ଡିଗ୍ରୀକୁ ପାରସ ଖସିଆସିଛି। ଶୁକ୍ରବାର ଉକ୍ତ ଅଞ୍ଚଳରେ ୭ ଡିଗ୍ରୀ ରହିଥିଲା। ଯାହାକି ପୁଣି ହ୍ରାସ ପାଇବାରେ ଲାଗିଛି ା ପୂର୍ବରୁ ଆକାଶ ମେଘାଚ୍ଛନ ରହୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାଠାରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ନିର୍ମଳ ରହିଥିଲା। ତେବେ ମଧ୍ୟାହ୍ନ ପର ଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ମେଘାଚ୍ଛନ୍ନ ରହିଥିଲା। ଫଳରେ ଦିନରେ କୋହଲା ପବନ ଶୀତକୁ ଦ୍ୱିଗୁଣିତ କରିବା ସହ ଏହାର ମଜା ନେଇଥିଲେ ଜିଲା ତଥା ଜିଲା ବାହାରୁ ଆସିଥିବା ପର୍ଯ୍ୟଟକ ା ଶନିବାର ଅପରାହ୍ନଠାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଭଳି ପାଗ ମେଘୁଆ ରହିଲେ ରାତି ସମୟରେ ତାପମାତ୍ରା ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଇଛି। ଶନିବାର ସକାଳେ ରେକର୍ଡ ରାଜ୍ୟରେ ସବୁଠାରୁ ନିମ୍ନ ତାପମାତ୍ରା ବୋଲି ଜଣାପଡ଼ିଛି। ଦିନରାତି ପ୍ରାୟ ଏକା ତାପମାତ୍ରା ରହୁଛି ବୋଲି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।